ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ କନ୍ଧମାଳର ଯୁବକ ଯୁବତୀ
Two youth of KANDHAMAL Labour dead in haidrabad
ଫୋଟ ୨


ଫୋଟ


କନ୍ଧମାଳ , ୦୩ ଅଗଷ୍ଟ (ହି.ସ.) କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଦାଦନ ଶ୍ରମିକ ର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲାରେ ଯୁବକ ଯୁବତୀ ମାନଙ୍କୁ ନିୟମିତ କାମ ଧନ୍ଦା ମିଳୁନଥିବା, ଏଥି ସହିତ,ସେମାନଙ୍କର ଶିକ୍ଷା, ସୃଜନଶୀଳତା,ଉଦ୍ୟୋଗୀତା ଓ ସ୍ୱାଭିମାନର ଅଭାବ ରୁ ଯୁବକଯୁବତୀ ମାନେ ରାଜ୍ୟ ବାହାରକୁ କାମ ଧନ୍ଦା ପାଇଁ ଯାଉଛନ୍ତି ଆଉ ସେଠାରେ ନିର୍ଯ ତନାର ଶିକାର ହେବା ସହ ମୃତ୍ୟ ବରଣ କରୁ ଛନ୍ତି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ମକ୍ଷଣ୍ଡି ପାଙ୍କକ୍ଷ ଗ୍ରାମର ସୀମାଂଚଳ ନାୟକ(୧୯) ବର୍ଷ ନାମକ ଜଣେ ଯୁବକ ର ହାଇଦ୍ରାବାଦ ରେ ମୃତ୍ୟୁ ଘଟିଛି । ସେ ଅସୁସ୍ଥ ଅନୁଭବ କରିବା ରୁ ତାକୁ ହାଇଦ୍ରାବାଦ ର ଏକ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତୀ ହୋଇଥିଲେ ଆଉ ସେଠାରେ ତାର ମୃତ୍ୟୁ ଘଟିଥିଲା । ସୀମାଂଚଳ ର ମୃତ୍ୟୁ ଖବର ମିଳିବା ପରେ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି । ମୃତ ସିମାଂଚଳ ଙ୍କ ପରିବାର କୁ ପ୍ରଶାସନ ପକ୍ଷରୁ ଅର୍ôଥକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ସେହିପରି କନ୍ଧମାଳ ଜିଲ୍ଲା ଗୁଞ୍ଜି ଗାଁ ର କସ୍ତୁରୀ ପ୍ରଧାନ(୨୯) କୋୟମ୍ବାଟୁର ର ଅନୁର ରେ ଥିବା ଏକ ସୁତା କଳରେ ଜଣେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ମଧ୍ୟ ମୃତ୍ୟ ଘଟିଛି। ତାଙ୍କର ମୃତ ଦେହକୁ ଗାଁ କୁ ଆଣିବା ପାଇଁ ତାଙ୍କ ପରିବାର ଲୋକଙ୍କ ନିକଟରେ ଅର୍ଥାଭାବ ଯୋଗୁଁ ସେମାନେ ଜିଲ୍ଲା ଭାଜପା ସଭାପତି ପଣ୍ଡିତ ବିଶିମାଝୀଙ୍କୁ ଅନୁରୋଧ କରିଛନ୍ତି। ବିଶିମାଝୀ କନ୍ଧମାଳ ଜିଲ୍ଲାପାଳଙ୍କୁ ଏ ନେଇ ଅନୁରୋଧ କରିଥିବା ଜଣାପଡିଛି ।

-----------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande