ଧୁତରା-ବାଗଡିହି ଷ୍ଟେସନ ମଝିରେ ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ
Youth falling and died from train
ଧୁତରା-ବାଗଡିହି ଷ୍ଟେସନ ମଝିରେ ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ


ଝାରସୁଗୁଡ଼ା, ୦୩ ଅଗଷ୍ଟ (ହି.ସ.) - ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଚକ୍ରଧରପୁର ରେଳ ମଣ୍ଡଳର ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥ ର ଧୁତରା ଓ ବାଗଡିହି ରେଳ ଷ୍ଟେସନ ମଧ୍ୟବର୍ତୀ ପାନପାଳି ହାଲ୍ଟ ନିକଟସ୍ଥ ଅପଲାଇନ୍ର ଖୁଂଟି ନମ୍ବର ୫୦୧/୨୭-୨୯ ପାଖରୁ ଜଣେ ଅଜ୍ଞାତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ଯୁବକ ଜଣକ କୌଣସି ଚଳନ୍ତା ଟ୍ରେନ୍ରୁ ଖସିପଡ଼ିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ରେଳ ଲାଇନ୍ରେ ପେଟ୍ରୋଲିଂ କରୁଥିବା ରେଲୱେ କର୍ମଚାରୀ ପ୍ରଥମେ ଲାଇନ୍ କଡ଼ରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ଧୁତରା ଷ୍ଟେସନ ମ୍ୟାନେଜରଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳୱେ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବା ବେଳେ ପୋଷ୍ଟ ମର୍ଟମ ପାଇଁ ଯୁବକଙ୍କ ମୃତ ଦେହ କୁ ଜିଲା ମୁଖ୍ୟ ଚିକିତ୍ସାଲୟ କୁ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande