ଶ୍ରାବଣର ପ୍ରଥମ ସୋମବାର ବୋଲବମ୍ ଧ୍ବନିରେ କମ୍ପିଲା ବୌଦ୍ଧ ଜିଲାର ଐତିହାସିକ ଗନ୍ଧରାଢି ପୀଠ
ବୌଦ୍ଧ, ୩ ଅଗଷ୍ଟ (ହି.ସ.)- ଆଜି ଶ୍ରାବଣର ପ୍ରଥମ ସୋମବାର l ହର ହର ବମ୍.. ବୋଲ ବମ୍... ଶିବ ଧ୍ବନୀରେ ପ୍ରକମ୍ପିତ ହୋଇଛି ଗଗନ ପବନ ।ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଥିଲେ କାଉଡିଆମାନେ। ଜିଲାର ଐତିହାସିକ ଗନ୍ଧରାଢି ପୀଠ ସମେତ ବିଭିନ୍ନ ଶୈବାଳୟରେ ଶ୍ରାବଣର ପ୍ରଥମ ସୋମବାରର
ଶ୍ରାବଣର ପ୍ରଥମ ସୋମବାର ବୋଲ୍ବମ୍ ଧ୍ବନିରେ କମ୍ପିଲା ବୌଦ୍ଧ ଜିଲାର ଐତିହାସିକ ଗନ୍ଧରାଢ଼ୀ ପୀଠ


ବୌଦ୍ଧ, ୩ ଅଗଷ୍ଟ (ହି.ସ.)- ଆଜି ଶ୍ରାବଣର ପ୍ରଥମ ସୋମବାର l ହର ହର ବମ୍.. ବୋଲ ବମ୍... ଶିବ ଧ୍ବନୀରେ ପ୍ରକମ୍ପିତ ହୋଇଛି ଗଗନ ପବନ ।ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଥିଲେ କାଉଡିଆମାନେ। ଜିଲାର ଐତିହାସିକ ଗନ୍ଧରାଢି ପୀଠ ସମେତ ବିଭିନ୍ନ ଶୈବାଳୟରେ ଶ୍ରାବଣର ପ୍ରଥମ ସୋମବାରରେ କାଉଡିଆଙ୍କ ପ୍ରବଳ ଭିଡ ଲାଗିଥିଲା l କାଉଡିଆଙ୍କ ଭିଡ ସମୟରେ ସାଧାରଣ ଭକ୍ତ ଯେପରି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, କାଉଡିଆମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଜଳ ଲାଗି କରିବା ସହ ପୂଜା କରିପାରିବେ ସେ ନେଇ ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା l ବିଶେଷ କରି ଗନ୍ଧରାଢିରେ ଯୁଗ୍ମ ମନ୍ଦିର ହର ଓ ହରି ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ କାଉଡିଆମାନେ ନଦୀରୁ ଜଳ ଧରିି ସନ୍ଧ୍ୟା ପର୍ଯ୍ୟନ୍ତ ଜଳ ଲାଗି କରିବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ ।

ଅନ୍ୟପକ୍ଷରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଗୁଡିକ ପକ୍ଷରୁ କାଉଡିଆଙ୍କ ସେବା ଲାଗି ଅନେକ ବ୍ୟବସ୍ଥା ମାନ କରାଯାଇଥିଲା l ବୌଦ୍ଧ ସହରର ଐତିହାସିକ ରାମନାଥ ବାବା, ଚନ୍ଦ୍ରଚୂଡ଼ ବାବା, ମାତଙ୍ଗେସ୍ୱର ବାବା, ପଲାଶ, ସରସରା, କରଡ଼ି, ସିଦ୍ଧପୁର, ରାମଗଡ, ହରଭଂଗା , ହରେକୃଷ୍ଣପୁର ଆଦି ଶୈବପୀଠରେ କାଉଡିଆମାନଙ୍କ ପ୍ରବଳ ଭିଡ ଲାଗିଥିଲା । ସେହିପରି କଣ୍ଟାମାଳ ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି କାଉଡିଆଙ୍କ ବୋଲବମ ଯାତ୍ରା l ପବିତ୍ର ଶ୍ରାବଣ ମାସ ଭଗବାନ ଶିବଙ୍କ ବିଶେଷ ପୂଜାର୍ଚ୍ଚନା ମାସ ହେତୁ ସମସ୍ତ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇଉଠିଛି l ଅନ୍ୟତମ ପ୍ରସିଦ୍ଧ ମହେଶ୍ଵରପିଣ୍ଡାର ଷଣ୍ଡେଶ୍ଵରବାବା ମନ୍ଦିରରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା l କାଉଡିଆମାନେ ଧାଡିରେ ରହି ଶାନ୍ତିଶୃଙ୍ଖଳାର ସହ ପୂଜା ଓ ଜଳଲାଗି କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande