ହାଇୱା ପଛରେ ବସ୍ ଧକ୍କା, ଅଳ୍ପକେ ବର୍ତିଲେ ଯାତ୍ରୀ
କୋରାଇ, ୦୩ ଅଗଷ୍ଟ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ପଥପ୍ରାଥ ସବୁିଧା କେନ୍ଦ୍ର ନିକଟରେ ଆଜି ସକାଳ ସମୟରେ ଏକ ହାଇୱା ପଛରେ ବସ୍ ଧକ୍କା ହୋଇଥିଲେ ହେଁ ଅଳ୍ପକେ ଯାତ୍ରୀ ବର୍ତି ଯାଇଛନ୍ତି। ପ୍ରକାଶ ଯେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଜଗା କାଳିଆ ନାମକ ଏକ ଘ
ହାଇୱା ପଛରେ ବସ୍ ଧକ୍କା, ଅଳ୍ପକେ ବର୍ତିଲେ ଯାତ୍ରୀ


କୋରାଇ, ୦୩ ଅଗଷ୍ଟ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ପଥପ୍ରାଥ ସବୁିଧା କେନ୍ଦ୍ର ନିକଟରେ ଆଜି ସକାଳ ସମୟରେ ଏକ ହାଇୱା ପଛରେ ବସ୍ ଧକ୍କା ହୋଇଥିଲେ ହେଁ ଅଳ୍ପକେ ଯାତ୍ରୀ ବର୍ତି ଯାଇଛନ୍ତି। ପ୍ରକାଶ ଯେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଜଗା କାଳିଆ ନାମକ ଏକ ଘରୋଇ ବସ୍(ଓଡି୨୨ସି୫୭୮୩) ଯାଉଥିବାବେଳେ ସଠିପୁର ଠାରେ ଏକ ହାଇୱା ପଛରେ ପିଟି ହୋଇଥିଲା । ଦୁର୍ଘଟଣା ପରେ ହାଇୱାଟି ଫେରାର ହୋଇଯାଇଥିବାବେଳେ ବସର ଯାତ୍ରୀମାନେ ସୁରକ୍ଷିତ ରହିଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande