
ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ ଜଗନ୍ନାଥ ବେହେରାଙ୍କ ବିୟୋଗରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ଏକ ଶୋକବାର୍ତାରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶତାୟୁ 'ଗାୟକ ଶେଖର' ଜଗନ୍ନାଥ ବେହେରାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଆ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରାଇବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗରେ କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।ଓଁ ଶାନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା