ଆଜିଠୁ କ୍ଷୟକ୍ଷତି ଆକଳନ ଆରମ୍ଭ, ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ଆଜିଠୁ କ୍ଷୟ କ୍ଷତି ଆକଳନ ଆରମ୍ଭ ହୋଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ 42 କୋଟି 80
ଆଜିଠୁ କ୍ଷୟକ୍ଷତି ଆକଳନ ଆରମ୍ଭ,     ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା


ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ଆଜିଠୁ କ୍ଷୟ କ୍ଷତି ଆକଳନ ଆରମ୍ଭ ହୋଇଛି । ଏନେଇ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି

ଯେ, ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ 42 କୋଟି 80 ଲକ୍ଷ ବୋଲି

ଆନୁମାନିକ ଆକଳନ ହୋଇଛି । ଜିଲ୍ଲାପାଳ ମାନଙ୍କୁ 36 କୋଟି 98 ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ 110 କୋଟି ଟଙ୍କା ରାଜ୍ୟ

ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ଥକୁ କ୍ଷତିପୁରଣ କାମ ଏକା ସହ ଚାଲିବ । ଗୃହ

ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର 12 କୋଟି 88 ଲକ୍ଷ ପ୍ରଦାନ କରିବେ । ରିଲିଫ ସେଣ୍ଟର ପରିଚାଳନା ପାଇଁ 26

କୋଟି ଟଙ୍କା ଯାଇଛି ।

ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ

ମିଳିବ 1 ଲକ୍ଷ 20 ହଜାର, ପକ୍କା

ଘର ଆଂଶିକ ଭାଙ୍ଗିଥିଲେ 6 ହଜାର 500, କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ 4 ହଜାର, କୁଡ଼ିଆ ଭାଙ୍ଗିଥିଲେ 8000, ଗୁହାଳ ପାଇଁ 3 ହଜାର ମିଳି ।

ଚାଷ କ୍ଷୟକ୍ଷତିରେ ଖାଲୁଆ

ଜମିରେ ହେକ୍ଟର ପିଛା 8500, ଜଳସେଚିତ

ଜମିରେ ହେକ୍ଟର ପିଛା 17 ହଜାର, ଦୀର୍ଘ ସ୍ଥାୟୀ ଚାଷ ଜମିରେ ହେକ୍ଟର ପିଛା 22 ହଜାର 500

ମିଳିବ । ସେହିପରି ଜୀବନ ହାନି

ପାଇଁ 4 ଲକ୍ଷ କ୍ଷତିପୂରଣ । ଅଗ୍ନିଶମ କର୍ମଚାରୀଙ୍କୁ ଏକ କୋଟି 5 ଲକ୍ଷ ଟଙ୍କା ମିଳିଛି । ବଡ଼ ପଶୁ ଅର୍ଥାତ ଗାଈ ପାଇଁ 37

ହଜାର 500, ବଳଦ କିମ୍ଭା ମହିଁଷି ପାଇଁ 32

ହଜାର, ବାଛୁରୀ ପାଇଁ 20 ହଜାର, ଛେଳି କିମ୍ବା ମେଣ୍ଡା ପାଇଁ 4 ହଜାର ମିଳିବ ।

ସମୁଦାୟ 22 ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । 85 ବ୍ଲକ ସହ 15 ସହରାଞ୍ଚଳ ପ୍ରଭାବିତ ହୋଇଛି । 656 ପଞ୍ଚାୟତ ଏବଂ 1458 ଗାଁ କ୍ଷତିଗ୍ରସ୍ଥ ହୋଇଛି । 8 ଲକ୍ଷ 63 ହଜାର 909 ଲୋକ ପ୍ରଭାବିତ । 2

ଲକ୍ଷ 67301 ସ୍ଥାନାନ୍ତରିତ ହୋଇଥିଲେ । 529

ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande