
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ବନ୍ୟାରେ ୯୬
ଜଣଙ୍କୁ ସାପ କାମୁଡ଼ିଛି ହେଲେ କାହାର ମୃତ୍ୟୁ ହେଇନି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ
କୁହାଯାଇଛି ।
ବନ୍ୟାରେ 7 ଜିଲ୍ଲା ପ୍ରଭାବିତ ହୋଇଛି । ସେ ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ପୁରୀ ଓ କଟକ । ଏ ସଵୁ ଜିଲ୍ଲାର କଣ୍ଟ୍ରୋଲ ରୁମ ଓ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି
। ଏସଆରସିଙ୍କ ସହ ସମନ୍ୱୟ ରଖି ଓଆରଏସ, ଏଏସବିପରି ଔଷଧ ମହାଜୁଦ ଅଛି । ବନ୍ୟା ସମୟରେ 96 ସାପ କାମୁଡା ମାମଲା ଆସିଛି । ହେଲେ କାହା ମୃତ୍ୟୁ ହୋଇନି । ଡାଇରିଆମାମଲା 195ଟିଆସିଛି । ଡିହାଇଡ୍ରେସନ ସ୍ଥିତି ଦେଖି ଚିକିତ୍ସା କରାଯାଉଛି ।
ଚିକିତ୍ସା ପାଇଛନ୍ତି 21334 ଲୋକ,
481 ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି ।
ଏଥିରୁ 332
ପ୍ରସବ ହୋଇଛି । ତେବେ
କାହାର ମୃତ୍ୟୁ ହୋଇନି ବୋଲି ଜନସ୍ୱାସ୍ଥ୍ୟ
ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବସନ୍ତ ପ୍ରଧାନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା