ପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ଓଡ଼ିଶାର ପ୍ରସିଦ୍ଧ ପାଲ
ପ୍ରସିଦ୍ଧ ପାଲା ଗାୟକ ଶେଖର     ଜଗନ୍ନାଥ ବେହେରାଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀଙ୍କ ଶୋକ


ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ପ୍ରସିଦ୍ଧ ପାଲା

ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ

ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି

ଯେ, ଓଡ଼ିଶାର ପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ତିରୋଧାନ ଖବର ଶୁଣି ମୁଁ

ଦୁଃଖିତ ଓ ମର୍ମାହତ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ସମ୍ମାନରେ ସମ୍ମାନିତ ଏହି ସାଧକଙ୍କ ମହାପ୍ରୟାଣ ଆମ ଲୋକକଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ତାଙ୍କର ଅମର ଆତ୍ମାର ସଦ୍ଗତି

କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande