
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ପାଲା ସମ୍ରାଟ ପଣ୍ଡିତ
ଜଗନ୍ନାଥ ବେହେରାଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ ପ୍ରକାଶ
କରିଛନ୍ତି ।
ଏନେଇ ସୋସିଆଲ ହ୍ୟାଣ୍ଡେଲରେ
ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ଓଡ଼ିଶାର ପ୍ରାଚୀନ ଲୋକକଳା ‘ପାଲା’ର ବିଶିଷ୍ଟ
ସାଧକ, ପାଲା
ସମ୍ରାଟ ତଥା ଶତାୟୁ ବରେଣ୍ୟ କଳାକାର ପଣ୍ଡିତ ଜଗନ୍ନାଥ ବେହେରାଙ୍କ ୧୦୧ ବର୍ଷରେ ପରଲୋକ ଖବର
ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। 'କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ' ପ୍ରାପ୍ତ
ଏହି ମହାନ ପାଲା ସାଧକଙ୍କ ପ୍ରୟାଣ ଓଡ଼ିଶାର ଲୋକକଳା ଜଗତ ପାଇଁ ଏକ ବିରାଟ କ୍ଷତି।
ସେ କହିଛନ୍ତି ଯେ, ପଣ୍ଡିତ
ଜଗନ୍ନାଥ ବେହେରାଙ୍କ ଅମର ସାଧନା, ସୃଜନଶୀଳତା ଓ ପାଲା କଳା ପ୍ରତି ତାଙ୍କର ଅବଦାନ ଚିରଦିନ ପାଇଁ
ଓଡ଼ିଶାର ସାଂସ୍କୃତିକ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର
ସମବେଦନା ଜ୍ଞାପନ କରିଛନ୍ତି କେଭି ସିଂହଦେଓ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା