ଲିଙ୍ଗରାଜ ମନ୍ଦିରରେ ସ୍ବାଭାବିକ ହେବ ନୀତିକାନ୍ତି
ଭୁବନେଶ୍ବର, 03 ଅଗଷ୍ଟ (ହି.ସ.): ଲିଙ୍ଗରାଜ ମନ୍ଦିରରେ ସ୍ବାଭାବିକ ହେବ ନୀତିକାନ୍ତି । ପୂଜାପଣ୍ଡା ସେବାୟତଙ୍କ ସହ ଆଲୋଚନା ପରେ ଭୁବନେଶ୍ବର ଏଡିଏମ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂଜାପଣ୍ଡା ସେବାୟତଙ୍କ ବିଭିନ୍ନ ଅଭିଯୋଗ ଶୁଣିଲୁ । ପରବର୍ତ୍ତୀ ଟ୍ରଷ୍ଟ ବୋର
ଲିଙ୍ଗରାଜ ମନ୍ଦିରରେ     ସ୍ବାଭାବିକ ହେବ ନୀତିକାନ୍ତି


ଭୁବନେଶ୍ବର, 03 ଅଗଷ୍ଟ (ହି.ସ.): ଲିଙ୍ଗରାଜ

ମନ୍ଦିରରେ ସ୍ବାଭାବିକ ହେବ ନୀତିକାନ୍ତି । ପୂଜାପଣ୍ଡା ସେବାୟତଙ୍କ ସହ ଆଲୋଚନା ପରେ ଭୁବନେଶ୍ବର

ଏଡିଏମ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂଜାପଣ୍ଡା ସେବାୟତଙ୍କ ବିଭିନ୍ନ ଅଭିଯୋଗ

ଶୁଣିଲୁ । ପରବର୍ତ୍ତୀ ଟ୍ରଷ୍ଟ ବୋର୍ଡ ବୈଠକରେ ସେମାନଙ୍କ ବାବଦରେ ନିଷ୍ପତ୍ତି ନିଆଯିବ ।

ଏଠାରେ ସୂଚନାଯୋଗ୍ୟ, ଶ୍ରାବଣ

ସୋମବାର ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ

ଉପୁଜିଥିଲା । ପୂଜା ପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଲିଙ୍ଗରାଜଙ୍କ

ନୀତିକାନ୍ତି ବନ୍ଦ ରହିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande