ସୁପ୍ରସିଦ୍ଧ ପାଲା ଗାୟକ ଜଗନ୍ନାଥ ବେହେରାଙ୍କ ପରଲୋକରେ ନବୀନଙ୍କ ଶୋକ
ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ ଜଗନ୍ନାଥ ବେହେରାଙ୍କ ପରଲୋକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକବାର୍ତାରେ ନବୀନ କହିଛନ୍ତି ଯେ ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦ
np


ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ ଜଗନ୍ନାଥ ବେହେରାଙ୍କ ପରଲୋକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଶୋକବାର୍ତାରେ ନବୀନ କହିଛନ୍ତି ଯେ ଓଡ଼ିଶାର ସୁପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ପାଲା' ମାଧ୍ୟମରେ ଓଡ଼ିଶାର ପୁରାଣ ସାହିତ୍ୟ, ସଂସ୍କୃତି ଏବଂ ନୀତିଶିକ୍ଷାକୁ ଘରେ ଘରେ ପହଂଚାଇବାରେ ସେ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ପାରମ୍ପରିକ ଲୋକକଳା 'ପାଲା'କୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande