ରାଜ୍ୟରେ ପ୍ରଥମ ଶ୍ରାବଣ ସୋମବାରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ଶିବ ମନ୍ଦିରରେ ହଜାର ହଜାର କାଉଡ଼ିଆଙ୍କ ଭିଡ,ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା କଡ଼ାକଡି ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ହଜାର ହ
ରାଜ୍ୟରେ ପ୍ରଥମ ଶ୍ରାବଣ     ସୋମବାରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼


ଶିବ ମନ୍ଦିରରେ ହଜାର ହଜାର

କାଉଡ଼ିଆଙ୍କ ଭିଡ,ସୁରକ୍ଷା

ଓ ପରିଚାଳନା ବ୍ୟବସ୍ଥା କଡ଼ାକଡି

ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) : ପବିତ୍ର ଶ୍ରାବଣ

ମାସର ପ୍ରଥମ ସୋମବାର ଅବସରରେ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ପରିଲକ୍ଷିତ

ହୋଇଛି। ହଜାର ହଜାର କାଉଡ଼ିଆ ସକାଳୁ ପ୍ରମୁଖ ଶିବାଳୟଗୁଡ଼ିକରେ ପହଞ୍ଚି ଭଗବାନ ଶିବଙ୍କୁ

ଜଳାଭିଷେକ କରିଛନ୍ତି। ମନ୍ଦିର ପରିସର ବୋଲ ବମ୍ ଧ୍ୱନିରେ ମୁଖରିତ ହୋଇଉଠିଥିବା

ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇପଡ଼ିଛି।

କାଉଡ଼ିଆମାନେ ପାରମ୍ପରିକ

ରୀତିନୀତି ଅନୁଯାୟୀ କାନ୍ଧରେ ବାଉଁଶର କାଉଡ଼ ବହନ କରି, ସେଥିରେ ଜଳଭରା କଳସ ଝୁଲାଇ ନିକଟସ୍ଥ ନଦୀ ଓ ଜଳସ୍ରୋତରୁ ପାଣି ଆଣି

ଭଗବାନ ଶିବଙ୍କୁ ଅର୍ପଣ କରିଛନ୍ତି। ଅନେକ ଭକ୍ତ ଖାଲି ପାଦରେ ଦୀର୍ଘ ଦୂରତା ଅତିକ୍ରମ କରି

ମନ୍ଦିରରେ ପହଞ୍ଚିଛନ୍ତି। ଶ୍ରାବଣ ସୋମବାରରେ ଜଳାଭିଷେକର ବିଶେଷ ଧାର୍ମିକ ମହତ୍ତ୍ୱ ରହିଥିବା

ବେଳେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ।

ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ

ଅନୁସାରେ,

ଶ୍ରାବଣ ସୋମବାରରେ ନିଷ୍ଠା ଓ ଭକ୍ତିଭାବରେ ଭଗବାନ ଶିବଙ୍କ ପୂଜା ଓ

ଜଳାଭିଷେକ କଲେ ସ୍ୱାସ୍ଥ୍ୟ, ସମୃଦ୍ଧି, ଶାନ୍ତି ଏବଂ ଆଧ୍ୟାତ୍ମିକ ଉନ୍ନତି ଲାଭ ହୁଏ। ଏହା ସହ ଭଗବାନ ଶିବ

ଭକ୍ତଙ୍କର ସରଳତା ଓ ଭକ୍ତିରେ ଶୀଘ୍ର ପ୍ରସନ୍ନ ହୋଇ ସେମାନଙ୍କର ମନୋକାମନା ପୂରଣ କରନ୍ତି ବୋଲି

ମଧ୍ୟ ମାନ୍ୟତା ରହିଛି।

ରାଜ୍ୟର ପ୍ରମୁଖ

ତୀର୍ଥସ୍ଥଳମାନଙ୍କ ମଧ୍ୟରେ କଟକସ୍ଥିତ ଧବଳେଶ୍ୱର ମନ୍ଦିରରେ ଶତାଧିକ ଭକ୍ତ ଜଳାଭିଷେକ ପାଇଁ

ପହଞ୍ଚିଥିବା ବେଳେ, ଭୁବନେଶ୍ୱରର

ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ସକାଳୁଠାରୁ ଭକ୍ତମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛ।

ମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଓ ପୂଜା-ଅର୍ଚ୍ଚନା ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ

ସମସ୍ତ ବ୍ୟବସ୍ଥା କରାଯାଇଛି।

ଭାରି ଜନସମାଗମକୁ ଦୃଷ୍ଟିରେ

ରଖି ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ପୁଲିସ

ବଳ ମୁତୟନ କରାଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହାସହ ମହାନଦୀ ଏବଂ ଅନ୍ୟାନ୍ୟ

ଜଳସ୍ରୋତ ନିକଟରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ନିକଟରେ

ହୋଇଥିବା ବର୍ଷା ଓ ବନ୍ଧରୁ ଜଳ ଛଡ଼ାଯିବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ

ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅତିରିକ୍ତ ସତର୍କତା ଏବଂ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande