
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ଓଡ଼ିଶାର
ପ୍ରାଚୀନ ଲୋକକଳା ‘ପାଲା’ର ବିଶିଷ୍ଟ ସାଧକ,
ପାଲା ସମ୍ରାଟ ତଥା ଶତାୟୁ ବରେଣ୍ୟ କଳାକାର ପଣ୍ଡିତ ଜଗନ୍ନାଥ
ବେହେରାଙ୍କ ୧୦୧ ବର୍ଷରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା
ଖେଳିଯାଇଛି ।
ସେ ଜଗତସିଂହପୁରଜିଲ୍ଲା
ଏରସମା ବ୍ଲକର କଟିଜଙ୍ଗା ଗ୍ରାମର ବାସିନ୍ଦା ଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଶଯ୍ୟାଶାୟୀ
ଥିବାବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ପାଲା ଜଗତ, ସାଂସ୍କୃତିକ
ମହଲ ଏବଂ ଅସଂଖ୍ୟ ଅନୁରାଗୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ପଣ୍ଡିତ ଜଗନ୍ନାଥ ବେହେରା କିଶୋର ବୟସରୁ ପାଲା କଳା ସହ
ଜଡ଼ିତ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା