
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ପବିତ୍ର ଶ୍ରାବଣ
ମାସର ପ୍ରଥମ ସୋମବାରର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରର ଶୁଭ
ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।
ଶ୍ରାବଣ ମାସର ପ୍ରଥମ ସୋମବାର
ସଭିଙ୍କ ଜୀବନରେ ସୁଖ, ଶାନ୍ତି
ଓ ସମୃଦ୍ଧି ନେଇଆସୁ, ମହାଦେବଙ୍କ
ନିକଟରେ ପ୍ରାର୍ଥନା କରିଛନ୍ତି ପ୍ରଭାତି ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା