ବଦଳି ନିର୍ଦ୍ଧେଶ ପରେ ଗାଦି ମୋହ ଛାଡୁନି ! ଗ୍ରାମ୍ୟ ଷ୍ଟ୍ରିଟ୍ ଲାଇଟ୍ ଦୃର୍ନୀତିର ମୁଖ୍ୟ ସତ୍ୟ ନାରାୟଣ ସାହୁ
ଧର୍ମଶାଳା,୩ ଅଗଷ୍ଟ (ହି.ସ.) - ଯାଜପୁର ଜିଲାର ସମସ୍ତ ବ୍ଲକରେ ଗ୍ରାମ୍ୟ ଷ୍ଟ୍ରିଟ୍ ଲାଇଟ୍ ଦୃର୍ନୀତି ଘଟଣା ସବୁ ଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଏହି ଘଟଣାରେ ଠିକାଦାର ଗିରଫ ହୋଇଥିଲେ । ତେବେ ଏହି ଘଟଣାର ମାଷ୍ଟର ମାଇଁଣ୍ଡ କୁହାଯାଉଥିବା ସତ୍ୟ ନାରାୟଣ ସାହୁ ଚର୍ଚ୍ଚା ଘେରକୁ ଆସିଥିଲ
ବଦଳି ନିର୍ଦ୍ଧେଶ ପରେ ଗାଦି ମୋହ ଛାଡୁନି ! ଗ୍ରାମ୍ୟ ଷ୍ଟ୍ରିଟ୍ ଲାଇଟ୍ ଦୃର୍ନୀତିର ମୁଖ୍ୟ ସତ୍ୟ ନାରାୟଣ ସାହୁ


ଧର୍ମଶାଳା,୩ ଅଗଷ୍ଟ (ହି.ସ.) - ଯାଜପୁର ଜିଲାର ସମସ୍ତ ବ୍ଲକରେ ଗ୍ରାମ୍ୟ ଷ୍ଟ୍ରିଟ୍ ଲାଇଟ୍ ଦୃର୍ନୀତି ଘଟଣା ସବୁ ଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଏହି ଘଟଣାରେ ଠିକାଦାର ଗିରଫ ହୋଇଥିଲେ । ତେବେ ଏହି ଘଟଣାର ମାଷ୍ଟର ମାଇଁଣ୍ଡ କୁହାଯାଉଥିବା ସତ୍ୟ ନାରାୟଣ ସାହୁ ଚର୍ଚ୍ଚା ଘେରକୁ ଆସିଥିଲେ । ଯାହାକି ତାଙ୍କୁ ସୁବର୍ଣ୍ଣପୁର ଜିଲା ଡିପିଓ କାର୍ଯ୍ୟାଳୟକୁ ବଦଳି ପାଇଁ ଓସେପା ପତ୍ର ସଂଖ୍ୟା ୮୦୦୨/ଇଏସଟିଟି/୨୬ତାରିଖ ୨୨ା୭ା୨୦୨୬ରେ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତାଙ୍କୁ ଜିଲା ପାର ବଦଳି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇ ଥିଲେ । ତେବେ ଶ୍ରୀ ସାହୁ ସରକାରୀ ନିର୍ଦ୍ଧେଶକୁ ବେଖାତିର କରି ଆଜକୁ ୧୨ ଦିନ ହେବ ଯାଜପୁର ଜିଲାରେ ରହି ଏକାଧିକ କାର?୍ୟ୍ୟାଳୟର ବିଭିନ୍ନ ଦାୟିତ୍ୱରେ ରହିଛନ୍ତି । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହା ଚାପରେ ସେ ଏକାଧିକ ପଦପଦବୀ ରହି ଆସୁଛନ୍ତି ଓ ବଦଳି ନିର୍ଦ୍ଧେଶ ପରେ ବି ନିର୍ଦ୍ଧେଶକୁ ଅବମାନନା କରି ଯାଜପୁର ଜିଲାରେ ଗାଦି ମାଡି ବସିଛନ୍ତି ତାହା ଏବେ ତଦନ୍ତ କରିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଶ୍ରୀ ସାହୁ ଯାଜପୁର ଜିଲାରେ ଦୀର୍ଘ ୧୨ବର୍ଷ ଧରି ଶିକ୍ଷା ଅଭିଯାନରେ ଏସ୍ଆରଟିସି ଭାବେ ଅବସ୍ଥାପିତ ଥାଇ ପୂର୍ବ ସରକାରରେ ଜିଲାର କିଛି ବାହୁବଳୀ ନେତାଙ୍କୁ ହାତବାରିଶି କରି କ୍ଷମତା ହାତେଇବା ସହିତ ଗ୍ରାମ୍ୟ ଷ୍ଟ୍ରିଟ୍ ଲାଇଟ୍ ଦୃର୍ନୀତିରେ ସମ୍ପୃକ୍ତ ରହି କୋଟି କୋଟି ଟଙ୍କାର ଦୃର୍ନୀତିରେ ସେ ଲିପ୍ତ ରହିଛନ୍ତି । ଯାହାକି ଏବେ ସମ୍ପୃକ୍ତ ବିଭାଗରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି । ଶ୍ରୀ ସାହୁଙ୍କର ଦୃର୍ନୀତି ପେଡି ଏତିକିରେ ସରି ନାହିଁ । ସେ ଏକା ସଂଗରେ ଏସ୍ଏସ୍ଏରେ ଏସ୍ଆର ଟିସି ସହିତ ଡିଆରଡିଏ ଓ ଯାଜପୁର ପୌରପାଳିକାରେ ସହକାରୀ ଯନ୍ତ୍ରୀ ରୂପେ ଦାୟିତ୍ୱ ନେଇ ବିଭିନ୍ନ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଦୃର୍ନୀତିରେ ସମ୍ପୃକ୍ତ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେ କାହା ଛତ୍ରଛାୟା ତଳେ ଯାଜପୁର ଜିଲାରେ ପଡି ରହିଛନ୍ତି ତାହା ଏବେ ସନ୍ଦେହ ସୃଷ୍ଟି କରୁଛି । ସରକାର ପରିବର୍ତନ ପରେ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବହୁ ଦୃର୍ନୀତି ଖୋର ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଯାଜପୁର ଜିଲାରେ ଏଭଳି ଦୃର୍ନୀତିଗ୍ରସ୍ତ ଅଧିକାରୀ ଦୀର୍ଘ ୧୨ ବର୍ଷ ଧରି ଜିଲାରେ କାହାର ବାହୁଛାୟା ତଳେ ସରକାରୀ ବଦଳି ନିର୍ଦ୍ଧେଶକୁ ବେଖାତିର କରି ପଡି ରହିଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande