ଯୁବ କଂଗ୍ରେସ ସଭାପତିଙ୍କ ବନ୍ୟାଂଚଳ ପରିଦର୍ଶନ ଓ ରିଲିଫ ବଂଟନ
ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ସୋମବାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ବ୍ଲକର ଗରିପୁର, ଧାନଖଣିଆ, ନାଥପୁର ଓ ତିହିଡ଼ି ବ୍ଲକର ଗୋବିନ୍ଦପୁର, ଫଉଜୁଡ଼ି, ହଂସପାଟ, ସାହାପୁର ପ୍ରଭୃତି ବନ୍ୟାପ୍ଲାବିତ ଅଂଚଳ ବୁଲି ବନ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍
cong


ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ସୋମବାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ବ୍ଲକର ଗରିପୁର, ଧାନଖଣିଆ, ନାଥପୁର ଓ ତିହିଡ଼ି ବ୍ଲକର ଗୋବିନ୍ଦପୁର, ଫଉଜୁଡ଼ି, ହଂସପାଟ, ସାହାପୁର ପ୍ରଭୃତି ବନ୍ୟାପ୍ଲାବିତ ଅଂଚଳ ବୁଲି ବନ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ପରଦର୍ଶନ ପରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ବନ୍ୟାପ୍ଲାବିତ ମାନଙ୍କୁ କେଉଁ ସହଯୋଗ ଓ ସାହାଯ୍ୟ ଦିଆଯାଇଥିଲା ସେ ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟାପାଣିରେ ଯେଉଁମାନଙ୍କର ଘର ସଂପୂର୍ଣ୍ଣ ବୁଡ଼ିଯାଇଛି ସେମାନଙ୍କ ପାଖରେ ସରକାର ଏପର୍ଯ୍ୟନ୍ତ ପାଲ ଖଣ୍ଡିଏ ବି ପହଂଚାଇ ପାରିନାହାନ୍ତି। ଗୋଟିଏ ପରିବାରକୁ ପ୍ରଶାସନ ପକ୍ଷରୁ ମାତ୍ର ଏକକେଜି ଚୂଡ଼ା ଦିଆଯାଇଛି ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ। ସେହିଭଳି ସମସ୍ତ ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ମଧ୍ୟ ଦିଆଯାଇ ନାହିଁ। ବିଶେଷକରି ନଳକୂପ ଗୁଡ଼ିକୁ ଡିସ ଇନଫେକସନ କରାଯାଇନାହିଁ ଏବଂ ଆବଶକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଏପର୍ଯ୍ୟନ୍ତ ପଶୁ ଖାଦ୍ୟ ମଧ୍ୟ ସମସ୍ତ ଅଂଚଳରେ ଦିଆଯାଇ ପାରିଲା ନାହିଁ। ସ୍ଥାନୀୟ ଡାକ୍ତରଖାନାରେ ସାପକାମୁଡ଼ା ଏବଂ ଡାଇରିଆ ରୋଗୀଙ୍କ ପାଇଁ ଆଗୁଆ ବ୍ୟବସ୍ଥା ରଖାଯାଇ ନାହିଁ। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଚାନ୍ଦବାଲି ବିଡିଓ ଓ ତହସିଲାଦାରଙ୍କୁ ଭେଟି ବନ୍ୟା ପ୍ଲାବିତଙ୍କୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରାଯାଇଥିଲା। ସରକାରଙ୍କ ବନ୍ୟା ତତ୍ପରତା ନୈରାଶ୍ୟଜନକ ବୋଲି ସେ କହିଥିଲେ।

ଏହି ଦୁଇଟି ବ୍ଲକରେ ହଜାର ହଜାର ଏକର ଚାଷଜମିରେ ପାଣିମାଡ଼ିଯିବା ଫଳରେ ଚାଷ ସଂପୂଣ୍ଣ ଉଜୁଡ଼ି ଯାଇଛି ଏବଂ ଚାଷୀ ଅମଳ କରିବାର ସମସ୍ତ ଆଶା ହରାଇଛି। ତେଣୁ ସରକାର ଚାଷୀଙ୍କ ଉପରୁ କୃଷିଋଣ ଛାଡ଼ କରିବା ସହ ଛାତ୍ରଛାତ୍ରୀଙ୍କର ସମସ୍ତ ପ୍ରକାର ଫିସ ଛାଡ଼ ପାଇଁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande