ଅଖିଳ ଭାରତୀୟ ସାହିତ୍ଯ ପରିଷଦ ର ପରିବେଶ ଉପରେ ଆଲୋଚନାଚକ୍ର
ବଲାଙ୍ଗିର, 31 ଅଗଷ୍ଟ (ହି.ସ.)ଅଦ୍ୟ ତାରିଖ 31-8-26 ସୋମବାର ସକାଳ 10-30 ମିନିଟ ସମୟରେ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ,ବଲାଙ୍ଗୀର ଓ ବିଶ୍ବାତ୍ମା ବିଦ୍ୟା ମନ୍ଦିର, ଖୁଜେନ ପାଲି ଙ୍କର ମିଳିତ ସହଯୋଗ କ୍ରମେ ଏକ ଆଲୋଚନାଚକ୍ର ହୋଇଥିଲା ।ଏହି ଆଲୋଚନାଚକ୍ର ରେ ସଭାପତିତ୍ବ କରିଥିଲେ ପର
ଅଖିଳ  ଭାରତୀୟ ସାହିତ୍ଯ  ପରିଷଦ  ର ପରିବେଶ  ଉପରେ ଆଲୋଚନାଚକ୍ର


ବଲାଙ୍ଗିର, 31 ଅଗଷ୍ଟ (ହି.ସ.)ଅଦ୍ୟ ତାରିଖ 31-8-26 ସୋମବାର ସକାଳ 10-30 ମିନିଟ ସମୟରେ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ,ବଲାଙ୍ଗୀର ଓ ବିଶ୍ବାତ୍ମା ବିଦ୍ୟା ମନ୍ଦିର, ଖୁଜେନ ପାଲି ଙ୍କର ମିଳିତ ସହଯୋଗ କ୍ରମେ ଏକ ଆଲୋଚନାଚକ୍ର ହୋଇଥିଲା ।ଏହି ଆଲୋଚନାଚକ୍ର ରେ ସଭାପତିତ୍ବ କରିଥିଲେ ପରିଷଦ ର ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ, ମୁଖ୍ଯ ଅତିଥୀ ତଥା ମୁଖ୍ଯ ବକ୍ତା ଭାବରେ ପୂଜ୍ଯ ପାଦ ସତ୍ଯ ପ୍ରଜ୍ଞାନଂଦ ସରସ୍ଵତୀ ମହାରାଜ, ସମ୍ମାନ୍ନୀତ ଅତିଥୀ ସ୍ବାମୀ ସତ୍ଯ ଦେବାନଂଦ ସରସ୍ଵତୀ, ଅତିଥୀ ଭାବେ ଅଧ୍ୟକ୍ଷ ଡକ୍ଟର ଡକ୍ଟର ସୁଶାନ୍ତ କୁମାର ପ୍ରଧାନ ମଞ୍ଚାସୀନ ଥିଲେ ।ଦୀପ ପ୍ରଜ୍ବଳନ ପରେ ଅତିଥି ଙ୍କର ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ତରୁଣ କୁମାର ତ୍ରିପାଠୀ, ପରିଷଦ ର ବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ, ସଭାର ଶୁଭ କାମନା ହେତୁ ଏକ ପ୍ରାରମ୍ଭିକ ଜଣାଣ ଗାନ କରିଥିଲେ ଶ୍ରୀ ରାମ ଶଙ୍କର ଶତପଥୀ। ଆଜି ରାମକୃଷ୍ଣ ପରିଷଦ ର ସହ ସଂପାଦକ ଦାୟିତ୍ବ ଗ୍ରହଣ କରି ଏକ ଓତ୍ ନେଇ ଥିଲେ । ଅତିଥୀ ମାନେ ରାମକୃଷ୍ଣ ଙ୍କ ସମୟରେ ପରିବେଶ ସୁରକ୍ଷା କିପରି କରୁଥିଲେ ସେ ବିଷୟଗୁଡ଼ିକ ବିଶଦ ଭାବରେ ଉପସ୍ଥାପିତ କରି ଥିଲେ । ସ୍ଵମୀ ଜୀ ଆଜିର ପରିବେଶ ତଥା ଯୁଦ୍ଧ, ଓ ନେପାଳ ର କାରଣ ଉପସ୍ଥାପିତ କରି ଥିଲେ ।ମଞ୍ଚ ପରିଚାଳନା ଶିକ୍ଷକ ସୁରଥ ସାହୁ ଅତି ସୁନ୍ଦର ତଥା ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିଥିଲେ । ଷଷ୍ଠ ରୁ ମେଟ୍ରିକ ଛାତ୍ର ଛାତ୍ରୀ ମାନେ କବିତା ପଠନ କରିଥିଲେ ।ସେମାନଙ୍କ ମଧ୍ଯରେ ଦେବସ୍ମୀତା ପ୍ରଧାନ, ସ୍ବାତୀ ସ୍ବାଇଁ, ନିବେଦିତା ନଂଦ, ଅଙ୍କିତା ପଣ୍ଡା, ଗାୟତ୍ରୀ ରଣା, ଶୁଭମ୍ ଷଢଙ୍ଗୀ, ରାଜେଶ୍ଵରୀ ଦାସ, ଶର୍ମିଷ୍ଠା ସାହୁ, ତପସ୍ୱିନୀ ସାହୁ, ପ୍ରିୟା ମିଶ୍ର, ପ୍ରତିଜ୍ଞା ନାୟକ, ସ୍ନେହାରାଣୀ ଖୁଆସ, ଦୀପାଞାଳୀ ଡାଙ୍ଗ, ଆଦ୍ୟାସା ସାହୁ, ଗୁରୁମା ଆଶାଲତା ସେଠୀ, ବଳିଷ୍ଠ ପ୍ରଧାନ, ଜ୍ବୋତି ରାଣୀ ଶତପଥୀ ନଳିନୀ ଶତପଥି, ରଶ୍ମି ପାତ୍ର, ରାମ ଶଙ୍କର ଶତପଥି, କବିତା ସଂଯୋଜନା ରଶ୍ମି ପାତ୍ର, ଓ ନଳିନୀ ଶତପଥୀ, ଧନ୍ୟବାଦ ଅର୍ପଣ କରିଥିଲେ କବୀ ବଳିଷ୍ଠ ପଧାନ। ସଭାପତିଙ୍କ ଦ୍ବାରା ସଭା ସାଙ୍ଗ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande