
ବଲାଙ୍ଗିର 31 ଅଗଷ୍ଟ (ହି.ସ.)
ବଲାଙ୍ଗିର ସରକାରୀ କଲେଜ, ପୁଇଁନ୍ତଲା ଠାରେ ସ୍ୱଭାବ କବି ଗଙ୍ଗାଧର ଙ୍କ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ହୋଇଥିଲା । ଏହି ସଭା ବଲାଙ୍ଗିର କଲେଜ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମିଳିତ ସହଯୋଗ ରେ ସଂପନ୍ନ ହୋଇଥିଲା । ଏହାର ସଭାପତିତ୍ୱ କରିଥିଲେ କଲେଜର ମୁଖ୍ୟ ଅଧ୍ୟକ୍ଷ ଡ. କୌତୁକ ପନ୍ଦର । ମୁଖ୍ୟ ଅତିଥି ଭାବରେ ପରିଷଦ ସଭାପତି ଡ. ଭବାନୀ ଶଙ୍କର ପଟେଲ ଦୀପ ପ୍ରଜ୍ଜଳନ କରିବା ସହ ପରିଷଦ ର ବିବରଣୀ ପ୍ରକାଶ କରିଥିଲେ । ଦୀପ ମନ୍ତ୍ର ରଶ୍ମୀ ପାତ୍ର କରିଥିଲେ । ମଂଚ ପରିଚାଳନା କରିଥିଲେ ଅଧ୍ୟାପକ ସୁମନ୍ତ ରଣା । ସେ ଅତିଥିମାନଙ୍କ ପରିଚୟ ଦେବା ସହ ଆଜିର ଦିନର ସଂକ୍ଷିପ୍ତ ସୂଚନା ଦେଇଥିଲେ । ପରିଚୟ ପରେ ଡ. ଭବାନୀ ଶଙ୍କର ପଟେଲ ଅତିଥିମାନଙ୍କୁ ପୁସ୍ତକ ଉପହାର ଦେଇ ସମ୍ମାନିତ କରିଥିଲେ । ରାମ ଶଙ୍କର ଶତପଥି ଏକ ଭକ୍ତି ସଂଗୀତ ଗାନ କରିଥିଲେ । ବକ୍ତା ଭାବରେ ଏଲୋରା ମିଶ୍ର, ଅଧ୍ୟାପିକା ମହାବୀର କଲେଜ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଶ୍ରୀକାନ୍ତ ବାରିକ କବିଙ୍କ ଅର୍ଘ୍ୟଥାଳି ଉପରେ ଅତି ସୁନ୍ଦର ଆଲୋଚନା କରିଥିଲେ । ଅଧ୍ୟାପିକା ସରିତା ସାହୁ ତଥା ରଶ୍ମୀ ପାତ୍ର ଗଙ୍ଗାଧରଙ୍କ ସଂକ୍ଷିପ୍ତ ତଥ୍ୟ ଭିତ୍ତିକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଡ. ଜଗନ୍ନାଥ ସାହୁ ମହିମୁଣ୍ଡା କଲେଜ ମଂଚାସୀନ ଥିଲେ । ସେ ନିଜ ବକ୍ତବ୍ୟ ରେ ସାର ଗର୍ଭକ ଭାଷଣ ଦେଇଥିଲେ । କଲେଜର ଛାତ୍ର ଛାତ୍ରୀମାନେ ଗଙ୍ଗାଧରଙ୍କ ଜୀବନୀ କୁ ନେଇ କବିତା ପଠନ କରୁଥିଲେ ମାନସ ପଧାନ, ରତ୍ନ ରଣା, ରୋଜୀ ଭୋଇ, ବାସୁଦେବ କର୍ମୀ, ସରିତା ସାହୁ, ବଳିଷ୍ଠ ପଧାନ, କବି ରଶ୍ମି ପାତ୍ର, ଡ. ଭବାନୀ ଶଙ୍କର ପଟେଲ, ରାମ ଶଙ୍କର ଶତପଥୀ । କବିତା ସଂଯୋଜନା କରିଥିଲେ ରଶ୍ମି ପାତ୍ର । ଧନ୍ୟବାଦ ଅର୍ପଣ କରିଥିଲେ କବି ବଳିଷ୍ଠ ପଧାନ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ