
ଜୟପୁର, ୩୧ ଅଗଷ୍ଟ (ହି.ସ.)- ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨ ଜଣ ଶିକ୍ଷୟତ୍ରୀ ଅବସର ନେଇଥିବାରୁ ପୁର୍ଣାଙ୍ଗ ପେନସନ ପ୍ରଦାନ କରାଯାଇଛି l ଜୟପୁର ଅନ୍ତର୍ଗତ ଯମୁନା ଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁଷମା ନାୟକ ଓ ଜାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସବିତା କୁମାରୀ ଆଣ୍ଡ୍ରସେନ ଆଜି ଅର୍ଥାତ୍ ୩୧.୦୮.୨୦୨୬ ରିଖ ଦିନ ଚାକିରିରୁ ଅବସର ଗ୍ରହଣ କରିଥିବାରୁ ଅବସର ଗ୍ରହଣ ଦିନ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦ୍ବୟଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁରଙ୍କ କାର୍ଯ୍ୟାଳୟ ଦ୍ବାରା ପୁର୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇଛି l ଉକ୍ତ ପୁର୍ଣାଙ୍ଗ ପେନସନ୍ ୨୯ ତାରିଖ ଦିନ ହିସାବ ନିୟନ୍ତ୍ରକ ଭୁବନେଶ୍ୱର ମଞ୍ଜୁର କରିଥିବା ଶଶୀଭୂଷଣ ଦାଶ ବରିଷ୍ଠ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜୟପୁର ସୂଚନା ଦେଇଛନ୍ତି l
ଶ୍ରୀ ଦାଶ୍ କହିଛନ୍ତି ଯେ, ଗତ ମେ ୨୦୨୫ ରିଖ ଠାରୁ ଯେଉଁ ମାନେ ଚାକିରିରୁ ଅବସର ଗ୍ରହଣ କରୁଛନ୍ତି ସେମାନଙ୍କୁ ଲଗାତାର ଭାବେ ପ୍ରତି ମାସରେ ପୁର୍ଣାଙ୍ଗ ପେନସନ ପ୍ରଦାନ କରାଯାଉଛି l ଅବସର ଗ୍ରହଣ କରିବାକୁ ଯାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କେମିତି ପୁର୍ଣାଙ୍ଗ ପେନସନ୍ ପାଇବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛିl
ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ କହିଛନ୍ତି ଯେ, ଏଥି ମଧ୍ୟରେ ପୁରୁଣା ବକେୟା ରହିଯାଇଥିବା ପେନସନ୍ ଗୁଡିକ ମଧ୍ୟ ଚୂଡାନ୍ତ ହୋଇ ସାରିଛି l ଯେଉଁ ମାନଙ୍କର ଚାକିରି କାଳରେ କିଛି ଅସୁବିଧା ଓ ମନ୍ତବ୍ୟ ରହିଛି ମାତ୍ର ହାତ ଗଣତି ୨ ରୁ ୩ ଜଣଙ୍କର ପେନସନ୍ ନିମନ୍ତେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି l ପ୍ରାୟ ଦେଢ଼ ବର୍ଷ ହେବ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରା ପେନସନ୍ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି l ଏହାକୁ ନେଇ ଶିକ୍ଷକ ମହଲରେ ଖୁସିର ବାତାବରଣ ଖେଳିଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ବହୁ ମାତ୍ରାରେ ପ୍ରଶଂସା କରୁଥିବା ଜଣାପଡିଛି।
ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଢି, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ. ଗୋପାଳ, କନିଷ୍ଠ ସହାୟକ ସାନ୍ତୁନୁ ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି