ସୋନପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନାରେ ଭାବ ବିହ୍ୱଳ ସୁବର୍ଣ୍ଣପୁର
ସୁବର୍ଣ୍ଣପୁର, ୩୧ ଅଗଷ୍ଟ(ହି.ସ.) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ଏକଜୁଟ ହେଲେ ସହରର ସମସ୍ତ କ୍ଲବ, ସାମାଜିକ, ଶିକ୍ଷା , ଅଧ୍ୟାତ୍ମିକ, କ୍ରିଡ଼ା ଓ ନାରୀ ଅନୁଷ୍ଠାନ। ସୁବର୍ଣ୍ଣପୁର ଜିଲ୍ଲାର ଆବାଳ ବୃଦ୍ଧ ବନିତା ସ୍ନେହ ଓ ମମତାର ଆଞ୍ଜୁଳାଏ କୁସୁମରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍
ସୋନପୁର ଜିଲ୍ଲାପାଳ  ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ବିହ୍ୱଳ ସୁବର୍ଣ୍ଣପୁର


ସୋନପୁର ଜିଲ୍ଲାପାଳ  ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ବିହ୍ୱଳ ସୁବର୍ଣ୍ଣପୁର


ସୁବର୍ଣ୍ଣପୁର, ୩୧ ଅଗଷ୍ଟ(ହି.ସ.) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ଏକଜୁଟ ହେଲେ ସହରର ସମସ୍ତ କ୍ଲବ, ସାମାଜିକ, ଶିକ୍ଷା , ଅଧ୍ୟାତ୍ମିକ, କ୍ରିଡ଼ା ଓ ନାରୀ ଅନୁଷ୍ଠାନ। ସୁବର୍ଣ୍ଣପୁର ଜିଲ୍ଲାର ଆବାଳ ବୃଦ୍ଧ ବନିତା ସ୍ନେହ ଓ ମମତାର ଆଞ୍ଜୁଳାଏ କୁସୁମରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କଲେ ଜିଲ୍ଲାପାଳଙ୍କୁ। ଏ ଭାବ ପ୍ରବଣ ବିଦାୟ ସମ୍ବର୍ଦ୍ଧନା ଦେବାରୁ ଟିକେ ଆଶୀର୍ବାଦ ନେବାରୁ ବାଦ ପଡ଼ିନି ଗୋଟେ ସାତ ବର୍ଷର କୁନି ପିଲା। କାନ୍ଦି ପକାଉଛି ଆଜି ଦୁର୍ଘଟଣା ଗ୍ରସ୍ଥ ନିମ୍ନା ଗାଁର ବିଶ୍ୱଜିତ୍ ଯିଏ କି ଜିଲ୍ଲାପାଳଙ୍କ ଦ୍ୱାରା ରେଡ଼କ୍ରସରୁ ୩୦ ହଜାର ଟଙ୍କା ଚିକିତ୍ସା ସହାୟତା ପାଇଥିଲା। କୃତଜ୍ଞତା ଦେବା ସୂଯୋଗର ହାତଛଡ଼ା କରିନି ହାର୍ଟ ଅପରେସନରେ ଜିଲ୍ଲାପାଳଙ୍କ ସମ୍ପୂର୍ଣ୍ଣ ସହଯୋଗରେ ପୁର୍ନଜୀବନ ପାଇଥିବା ହର୍ଷବର୍ଦ୍ଧନ। ଫୋନ୍ରେ ଶୁଭେଛା ଜଣାଇବା ଭୁଲିନି ଜିଲ୍ଲାପାଳଙ୍କ ଠାରୁ ସମ୍ୱର୍ଦ୍ଧିତ ହୋଇଥିବା ନନ୍ଦନ ମାଳ ଗାଁର ଗରିବ ଛାତ୍ରୀ ତଥା ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟର ଗୋଲ୍ଡ ମେଡାଲ ଛାତ୍ରୀ ମହେନ୍ଦ୍ରୀ ନାଗ। ଫୋନ୍ରେ ଆଶୀର୍ବାଦ ଦେବା ଭୁଲିନି ଆଜି ଜିଲ୍ଲାର ଅନେକ ବିଧବା ତଥା ଅସହାୟ ବୃଦ୍ଧ ବୃଦ୍ଧା। ଏମିତି ହଜାର ଦୁଃଖୀ ରଙ୍କି ସଧାରଣ ଲୋକ ଗାଁ ଗାଁରେ ମେଳିହୋଇ ଚିନ୍ତା କରୁଛନ୍ତି ଚର୍ଚ୍ଚା କରୁଛନ୍ତି ଆମ ପ୍ରିୟ ଜିଲ୍ଲାପାଳ ଡ଼ ନୃପରାଜ ସାର୍ଙ୍କ ଚାକିରୀ ଶେଷ ହୋଇଯିବ। ସ୍କୁଲ୍ କଲେଜ ବସ୍ରେ କ୍ଲାସରେ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଚର୍ଚ୍ଚା ଆମ ଲୋକପ୍ରିୟ ଜିଲ୍ଲାପାଳ ସୋନପୁରରୁ ବିଦାୟ ନେବେ। ଆଜି ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାରେ କହିଲା ନୂଆଁ ବସଷ୍ଟାଣ୍ଡ ନିର୍ମାଣ କଥା, ଷ୍ଟାଡିଅମ୍ ପାଇଁ ୨୫ କୋଟି ଟଙ୍କା ଅନୁଦାନ କଥା ସବୁ ଅବଦାନ ଆପଣଙ୍କ, କିଏ କହିଲା ଯିଏ ବି ଯେତେବେଳେ ଯାହା ଗୁହାରୀ କରି ଆସିଛି ଆପଣଙ୍କ ଦ୍ୱାରରୁ କେବେ ଫେରିନି। କିଏ କହିଲା ଏଇ ତେର ମାସ ଶାସନ ଆମ ଜିଲ୍ଲା ପାଇଁ ଏକ ସ୍ୱର୍ଣ୍ଣିମ ଯୁଗ ଏମିତି ଅନେକ ପ୍ରଶଂସା କରିଥିଲେ ଉପସ୍ଥିତ ସହରର ବୁଦ୍ଧିଜୀବି, ସମସ୍ତ ଅନୁଷ୍ଠାନର ପ୍ରମୁଖ କର୍ମକର୍ତା ସଦସ୍ୟ। ସୁବର୍ଣ୍ଣପୁର ଏସ୍ପି ଶ୍ରୀ ନାରାୟଣ ନାୟକ, ଉପ ଜିଲ୍ଲାପାଳ ଡ଼ ସୌମ୍ୟରୂପା ରଥଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡ଼ ସାହୁଙ୍କୁ ଉପଢ଼ୌକନ, ମାନପତ୍ର, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କଲେ ସହରର ବରିଷ୍ଠ ନାଗରିକ ସଂଘ, ଶ୍ରୀ ଗୋପାଳ ଜି ଓ ଦିବ୍ୟ ଉର୍ଯ୍ୟା ଯୋଗାଳୟ ଅନୁଷ୍ଠାନ, ଓଡ଼ିଶା ସାମ୍ୱାଦିକ ସଂଘ, ନାରୀ ଜାଗରଣ କେନ୍ଦ୍ର, ବ୍ୟବସାୟୀ ସଂଘ, ପଏଁରୀ, ସ୍ୱଚ୍ଛ ଭାରତ ସଙ୍ଗଠନ, ଭାରତ ବିକାଶ ପରିଷଦ, ବିଭିନ୍ନ ସାଂସ୍କୃତିକ ଆଧ୍ୟତ୍ମିକ ଅନୁଷ୍ଠାନ, କ୍ରୀଡ଼ା ସଂଘ, ପୋଲିସ ସଂଘ, ରାମ ଧୂନ୍ କ୍ଲବ, ସୋନପୁର କଲେଜ୍ ଏନ୍ସିସି, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସାହାରା ଓ ବିଶ୍ୱ ଭାରତୀ ଶିକ୍ଷା ନିକେତନ ଓ ମହାନଦୀ ଧାରା ସମେତ ସହରର ୫୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଅନୁଷ୍ଠାନ କର୍ମକର୍ତା। ଶେଷରେ ନିଜ ଅନୁଭୂତି ପ୍ରକାଶରେ କହିଛନ୍ତି ଜିଲ୍ଲାପାଳ ଡ଼ ସାହୁ ଯେ ମୋ ଚାକିରୀ କାର୍ଯ୍ୟକାଳ ଭିତରେ ସବୁଠୁ ଅଧିକ ଲୋକଙ୍କ ସହ ସମ୍ପର୍କ ଯୋଡ଼ିଛି, ଅଧିକ ଲୋକଙ୍କୁ ଭଲପାଇଛି, ଅଧିକ କାମ କରିବାରେ ଉତ୍ସାହ ସହଯୋଗ ପ୍ରେରଣା ଓ ଆତ୍ମବିଶ୍ୱାସ ପାଇଛି, ଏଠାକାର ଲୋକଙ୍କୁ ଏ ମାଟି ପାଣି ପବନ ମନ୍ଦିର ମାଳିନୀ ସହରକୁ ଖୁବ୍ ଭଲପାଇଛି। ଯାହାକି ମୋ ଜୀବନରେ ଏ ସବୁ ସ୍ମୃତି ହୋଇ ରହିବ ମନେ ପଡିବ ସବୁଦିନ। ସଭା ଆରମ୍ଭରୁ ମା ସୁରେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା କରାଯାଇଥିଲା କ୍ଷ ସଭାକୁ ସାମ୍ବାଦିକ ତଥା ସମାଜ ସେବୀ ମନୋରଞ୍ଜନ ତ୍ରିପାଠୀ ଓ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ସଂଯୋଜନା କରିଥିବାବେଳେ ଆଇନଜୀବୀ ପ୍ରଦୀପ ପୁରୋହିତ ଧନ୍ଯବାଦ ଅର୍ପଣ କରିଥିଲେ। ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସୋନପୁର କଲେଜ୍ ଏନ୍ସିସି ଲେଫ୍ଟ୍ ନେଂଟ ଆଶିଷ କୁମାର ଅଗ୍ରୱାଲ, ଡ଼ ଆର୍ତ ତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସୁନନ୍ଦା ସାହୁ, ମନୋଜ୍ ପଣ୍ତା, ଇନ୍ଦୁ ମତି ପୁରୋହିତ, ଚୌଧୁରୀ ବିଭାର, ସାମ୍ୱାଦିକ ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସୁଭାଷ ପଣ୍ତା, ସୋନପୁର କଲେଜ୍ ଏନ୍ସିସି ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande