କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ
୨ଟି ପ୍ରକଳ୍ପ ଉଦ୍ଘାଟିତ, ୭ ପ୍ରକଳ୍ପର ଶିଳାନ୍ୟାସ କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଉଦୟନଗରସ୍ଥିତ ଜିଲ୍ଲା ସଂସ୍କୃତିଭବନରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେ
କେନ୍ଦ୍ରାପଡା ପୈାରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ


୨ଟି ପ୍ରକଳ୍ପ ଉଦ୍ଘାଟିତ, ୭ ପ୍ରକଳ୍ପର ଶିଳାନ୍ୟାସ

କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଉଦୟନଗରସ୍ଥିତ ଜିଲ୍ଲା ସଂସ୍କୃତିଭବନରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ରାଜ୍ୟର ପ୍ରଥମ ପୌରପାଳିକା କେନ୍ଦ୍ରାପଡ଼ାକୁ ଏକ ଆଦର୍ଶ ପୌରପାଳିକା ଭାବେ ଗଢ଼ିତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ପୌରପାଳିକା ଉପାଧ୍ୟକ୍ଷା ଆକବରୀ ଖାତୁନ, ପୌରପାଳିକା ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରାଙ୍କ ସମେତ କାଉନସିଲରମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବର୍ଷିୟାନ ରାଜନୀତିଜ୍ଞ ତଥା ପୂର୍ବତନ ଉପ ନଗରପାଳ ସ୍ୱର୍ଗତ କୁଞ୍ଜ ବିହାରୀ ପୃଷ୍ଟିଙ୍କ ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା। ସ୍ୱାୟତ ଶାସନର ଜନକ ଲର୍ଡ଼ ରିପନଙ୍କ ଦୂରଦୁଷ୍ଟି ଏବଂ ତୃଣମୂଳ ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣର ଆଧାର ହେଉଛି ସ୍ୱାୟତ ଶାସନ ବ୍ୟବସ୍ଥା ବୋଲି ଜିଲ୍ଲା ପରିଷଦ ସଭାନେତ୍ରୀ ସୁଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ଡ୍ରେନଜ ସମସ୍ୟାର ସମାଧାନ ଓ ପୌରପାଳିକା ଜନସାଧାରଣଙ୍କୁ ମୂଲ୍ୟବୋଧ ଭିତିକ ସେବା ପ୍ରଦାନ କରିବାକୁ ଜିଲ୍ଲା ପରିଷଦ ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ। ପୌରନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ନୂତନ ପୌର କାର୍ଯ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୭କୋଟି ୯୬ଲକ୍ଷ ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାଷୀ ମାଧ୍ୟମରେ ୨ଟି ପ୍ରକଳ୍ପ ଉଦ୍ଘାଟନ କରିଥିବାବେଳେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୁରୁଣା ବସ୍ଷ୍ଟାଣ୍ଡରେ ୮୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଫେଜ-୧ ଓ ଫେଜ-୨ ମାର୍କେଟ କମ୍ପେ୍ଲକ୍ସ ଏବଂ ୭ନମ୍ବର ୱାର୍ଡର ଗୈାଡ଼ଗୋପରେ ୮୨.୯୧ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ପୌରସଂସ୍ଥା ପ୍ରଶାସନିକ ସଂପ୍ରସାରଣ ଗୃହ, ବିକ୍ରୟ କାଉଂଟର ଏବଂ ଖତ ଟ୍ରିଟମେଂଟ ପ୍ଲାଂଟକୁ ଉଦ୍ଘାଟନ କରିଥିଲେ। ଏହାବ୍ୟତିତ ୬୫.୪୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଗୋପବନ୍ଧୁ ପାଠାଗାରାର ଉପର ମହଲା ନିର୍ମାଣ, ୫୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନୂଆ ବସ୍ଷ୍ଟାଣ୍ଡରେ ନୂତନ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ, ଉର୍ଦ୍ଧୁ ପାଠାଗାର ଗୃହର ଉପର ମହଲାରେ ୬୫.୨୭ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ବହୁମୁଖୀ ସଂସ୍କୃତି ହଲ ନିର୍ମାଣ,୨କୋଟି ୫୮ଲକ୍ଷ ୮୮ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ୨୧ନମ୍ବର ୱାର୍ଡ଼ର ଉଦୟନଗର ଠାରେ ଥିବା ପୁରୁଣା କଲ୍ୟାଣ ମଣ୍ଡପର ନବୀକରଣ ଓ ବହୁମୁଖୀ ହଲ ନିର୍ମାଣ, ଏକକୋଟି ୪୯ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ତିନିମୁହାଣି ଠାରୁ ନୂଆ ବସ୍ଷ୍ଟାଣ୍ଡ ଆଡ଼କୁ ଥିବା ମୁଖ୍ୟ ରାସ୍ତାର ଉନ୍ନତିକରଣ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏମ୍ପି ଅନୁଦାନ ପାଣ୍ଠିରୁ ପ୍ରଦତ ୫୨ଲକ୍ଷ ୧୮ହଜାର ଟଙ୍କାରେ ତୁଳସୀ ମହାବିଦ୍ୟାଳୟର ଦୁଇଟି ଶ୍ରେଣୀକକ୍ଷର ନିର୍ମାଣ, ୫୦ଲକ୍ଷ ୩୫ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ୫ନମ୍ବର ୱାର୍ଡ଼ ତୁଳସୀ ମହାବିଦ୍ୟାଳୟର ନିକଟରେ ଶ୍ରୀବଳଦେବଜୀଉ ପାଠାଗାର ଗୃହ ନିର୍ମାଣ ପ୍ରଭୃତି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ମଧ୍ୟ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼ରେ କରିଥିଲେ। ଏହି ଉତ୍ସବରେ କେନ୍ଦ୍ରାପଡ଼ା ମାଟିର ସୁଯୋଗ୍ୟ ସନ୍ତାନ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଶ୍ରୀରାମ ଦାଶ, ସାମ୍ବାଦିକ ଅକ୍ଷୟ କୁମାର ପତି ଓ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା କବି ଓ ପ୍ରାବନ୍ଧିକ ଡ. ବିରଜା ପ୍ରସାଦ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଅବସରପ୍ରାପ୍ତ ୫ଜଣ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ପ୍ରଶାନ୍ତ କୁମାର ନାୟକ, ବନମାଳି ସାହୁ, ରାଜଲକ୍ଷ୍ମୀ ସିଂହ, କୃପାସିନ୍ଧୁ ସିଂହ, ନିରଞ୍ଜନ ନାୟକ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଭାବଗ୍ରାହୀ କଳାନିକେତନର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇ ଥିଲା। ଏହି ବୈଠକରେ ବୁଦ୍ଧିଜୀବୀ, ସାଧାରଣ ଜନତା, ସ୍ୱଚ୍ଛସାଥି, ମହିଳା ସଙ୍ଗଠନର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପାଧ୍ୟକ୍ଷା ଆକବରୀ ଖାତୁନ ଧନ୍ୟବାଦ ଅର୍ପଣ କରିଥିବାବେଳେ ବରିଷ୍ଠ କର୍ମଚାରୀ ଅଶୋକ ସାହୁ ଓ ପ୍ରତିମା ବାରିକ ମଂଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଲି ବେହେରା, ଜ୍ୟୋତିରଞ୍ଜନ ରାଉତ, ଅଭୟ କୁମାର ଦାସ, ଶୁଚିସ୍ମିତା ଜେନା, ଶ୍ରୀଦେବୀ ପରିଡ଼ା, ମୋନାଲି ସାହୁ, ମଧୁସ୍ମିତା ଷଡଙ୍ଗୀ, ମଧୁସ୍ମିତା ଧଳ ପ୍ରମୁଖ ପୌର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ପୌରପାଳିକା ପକ୍ଷରୁ ସକାଳେ ରାମଧୂନ, ପ୍ରଭାତଫେରୀ, ପତାକା ଉତୋଳନ, ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande