ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ସୁଦୂର ଦିଲୀରେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ନିକଟରେ ବିବାହ କରିଥିବା ସ୍ୱାମୀ ସେଠାରେ ହତ୍ୟା କରିଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର। ଏହି ଘଟଣାରେ ମୃତାଙ୍କ ମା’ କରିଥିବା ଅଭିଯୋଗ ମୂଳେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନ
MAHILA NKA SANDEHA JANAK MRUTYU


ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ସୁଦୂର ଦିଲୀରେ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ନିକଟରେ ବିବାହ କରିଥିବା ସ୍ୱାମୀ ସେଠାରେ ହତ୍ୟା କରିଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର। ଏହି ଘଟଣାରେ ମୃତାଙ୍କ ମା’ କରିଥିବା ଅଭିଯୋଗ ମୂଳେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ ଭଟସାହି ପଂଚାୟତର ବସାସାହି ଅଂଚଳର ରେବତୀଲତା ତ୍ରିପାଠୀଙ୍କ କନ୍ୟା ଏଲିନା ତ୍ରିପାଠୀ। ରାଣୀତାଲ ସରସତିଆ ଅଂଚଳର ସୁଧୀର ପୁହାଣଙ୍କୁ ଭଲ ପାଇ ମାର୍ଚ୍ଚ ୮ ତାରିଖ ୨୦୨୬ ମସିହାରେ ବିବାହ କରିଥିଲେ। ବିବାହ ପରେ ଏଲିନା ତ୍ରିପାଠୀ ଦିଲ୍ଲୀରେ ଏକ ଘରୋଇ ମେଡିକାଲରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ୱାମୀ ମଧ୍ୟ ସେଠାରେ କାମ କରୁଥିଲେ। ତେବେ ଏଲିନା କାର୍ଯ୍ୟ ସାରି ପ୍ରତ୍ୟେକଦିନ ନିଜ ଗ୍ରାମରେ ଥିବା ରୋଗୀଣା ବାପା, ମାଆ ଓ ଦୁଇ ଅବିବାହିତା ଭଉଣୀଙ୍କ ଭଲମନ୍ଦ ବୁଝୁଥିଲେ। ଦୁଇ ଦିନ ତଳେ ଝିଅ ସହିତ କଥା ହୋଇଥିଲେ ମାଆ । ତା ପରଦିନ ଜ୍ୱାଇଁ ତାଙ୍କୁ ଫୋନ ଯୋଗେ ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ। ଏହି ଖବର ପାଇବା ପରେ ବାପା ଓ ମାଆ ମର୍ମାହତ ହୋଇ ପଡିଥିଲେ। ଗତକାଲି ରାତିରେ ଦିଲ୍ଲୀରୁ ଏଲିନାଙ୍କ ଶବ ଆସିବା ପରେ ତାଙ୍କ ମା’ ରେବତୀଲତା ଭଦ୍ରକ ଗ୍ରାମାଂଚଳ ଥାନାରେ ପହଂଚି ତାଙ୍କ ଜ୍ୱାଇଁ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ତାଙ୍କ ଝିଅ ଥିଲା ତାଙ୍କ ପାଇଁ ଏକମାତ୍ର ସାହାରା ଥିବାରୁ ଦୁଃଖରେ ମ୍ରିୟମାଣ ହୋଇ ନ୍ୟାୟ ଦାବି କରିଛନ୍ତି ମାଆ। ଭଦ୍ରକ ଗ୍ରାମାଂଚଳ ପୋଲିସ ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ସହିତ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝୁଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande