
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ଭବିଷ୍ୟତ । ଦେଶରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜିମା ବୃଦ୍ଧି ହେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମତ। ଭଦ୍ରକର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ନିରାପଦ ପ୍ରତିଷ୍ଠାନ' ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଗେଲପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠାନର ସ୍ୱେଛାସେବୀଙ୍କ ଦ୍ୱାରା ବିଭିନ୍ନ ଔଷଧୀୟ ଚାରା ଯଥା, ଅଁଳା, ଅର୍ଜୁନ, ହରିଡ଼ା, ବାହାଡ଼ା ପରି ବୃକ୍ଷ ରୋପଣ କରାଯାଇଛି । ବୃକ୍ଷଗୁଡ଼ିକର ସୁରକ୍ଷା ନିମନ୍ତେ ତାର ଜାଲି ବଳୟ ଦିଆଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧୀର ରଞ୍ଜନ ନାୟକ ଏବଂ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ଶାନ୍ତନୁ କୁମାର ରାଉତ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ୱେଛାସେବୀମାନଙ୍କୁ ବୃକ୍ଷରୋପଣର ଉପକାରୀତା ସମ୍ପର୍କରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ମାନଗୋବିନ୍ଦ ନାୟକ, ରଶ୍ମିତା ଦାଶ, ସୁରେଶ ବିଶ୍ୱାଳ, ସୁରେଶ ମହାରଣା, ମନୋଜ କୁମାର ସାହୁ, ରାଜେନ୍ଦ୍ର ନାଥ, ତ୍ରିଲୋଚନ ବେହେରା, ଆକାଶ ପଣ୍ଡା, ସୁଧାଂଶୁ ନାୟକ, ମାନସ ପଣ୍ଡା ଏବଂ ଅମିୟ ଭାନୁ ଧଳ ପ୍ରମୁଖ ସ୍ୱେଛାସେବୀମାନେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ