ନୁଆଁଖାଇ ଉପଲକ୍ଷେ ଚେସ ପ୍ରତିଯୋଗିତା
ନୁଆଁଖାଇ ଉପଲକ୍ଷେ ଚେସ ପ୍ରତିଯୋଗିତା
ନୁଆଁଖାଇ ଉପଲକ୍ଷେ ଚେସ ପ୍ରତିଯୋଗିତା


ସମ୍ବଲପୁର, ୩୧, ଅଗଷ୍ଟ (ହି.ସ.) ସ୍ଥାନୀୟ ନନ୍ଦପଡା ଠାରେ ଆଗାମୀ ନୁଆଁଖାଇ ଉତ୍ସବ ପାଳନ ଅବସରରେ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ବାଲୁଙ୍କେଶ୍ଵର କଲ୍ୟାଣ ମଣ୍ଡପ ଠାରେ

ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଜିଲ୍ଲା ଚେସ ଏସୋସିଏସନର ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ୯୦ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ । ଓପନ ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ସମୁଦାୟ ୧୦ଟି ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯିବ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କ ଆଗାମୀ ସେପ୍ଟେମ୍ବର ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । ଏହି ପ୍ରତିଯୋଗିତାକୁ ଚିତ୍ରୋତ୍ପଳା ଯୁବକ ସଂଘର ଅନୀଲ ପଣ୍ଡା, ଶିବ ମିଶ୍ର, ବାଲଗୋପାଳ ନନ୍ଦ, ନିହାର ରଞ୍ଜନ ମିଶ୍ର ଓ ଅଂଶୁମାନ ଦାଶ ଏବଂ ଜିଲା ଚେସ ସଂଘର ବିଧୁଭୂଷଣ ମିଶ୍ର, ସଞ୍ଜୟ ମହାପାତ୍ର, ସଂଘମିତ୍ରା ଷଡଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande