ସମ୍ବଲପୁରରେ ‘ପ୍ରଗତି-୨୦୨୬’ କ୍ୟାରିୟର ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର, ୩୧, ଅଗଷ୍ଟ (ହି.ସ.) ଶିକ୍ଷା ମନ୍ତ୍ରଣାଳୟ ଓ ଆଇଆଇଟି କାନପୁରର ମିଳିତ ପ୍ରୟାସରେ ଚାଲିଥିବା ସାଥୀ ପକ୍ଷରୁ ସମ୍ବଲପୁର ଜିଏମ୍ ହାୟର ସେକେଣ୍ଡାରୀ ସ୍କୁଲ୍ ସ୍ଥିତ ସାଥୀ କେନ୍ଦ୍ରରେ ‘ପ୍ରଗତି-୨୦୨୬’ କ୍ୟାରିୟର କାଉନସେଲିଂ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଦୁଇ ଘଣ୍ଟିଆ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଦୀୟମାନ କ୍ୟାରିୟର ସୁଯୋଗ, ପ୍ରଯୁକ୍ତିବିଦ୍ୟା, ବ୍ୟକ୍ତିତ୍ୱ ବିକାଶ ଓ ଭବିଷ୍ୟତ ଶିକ୍ଷାଗତ ଚ୍ୟାଲେଞ୍ଜର ମୁକାବିଲା ସମ୍ପର୍କରେ ଜାଣିଥିଲେ।

କାର୍ଯ୍ୟକ୍ରମରେ ଓଏଚପିସିର ଦିଗଟି ଇଆଇ ମନୋଜ କୁମାର ମହାରଣା, ୟୁଥ୍ ରେଡ୍କ୍ରସ୍ ସମ୍ବଲପୁରର କନଭେନର ସେକ୍ରେଟାରୀ ପବିତ୍ର ମୋହନ ବେହେରା, ଆକାଶବାଣୀ ସମ୍ବଲପୁରର ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ସୁଭାଗ୍ୟ କୁମାର ରଥ ଓ ବୌଦ୍ଧ ପଞ୍ଚାୟତ କଲେଜର ବଟାନି ବିଭାଗ ମୁଖ୍ୟ ଡ. ପ୍ରବୀର କୁମାର ଦାସ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିମାନଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟପ୍ରକାଶ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ। ଅତିଥିମାନେ ଷ୍ଟିମ୍ ଶିକ୍ଷା, ନାଗରିକ ଦାୟିତ୍ୱ, ସରକାରୀ ସେବାରେ କ୍ୟାରିୟର ସୁଯୋଗ, ଯୋଗାଯୋଗ ଦକ୍ଷତା, ବୈଜ୍ଞାନିକ ଚିନ୍ତାଧାରା ଓ ଦକ୍ଷତା ବିକାଶ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।

ପରେ ଆୟୋଜିତ ପ୍ରଶ୍ନୋତ୍ତର ଅଧିବେଶନରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, କ୍ୟାରିୟର ଚୟନ ଓ ପ୍ରଯୁକ୍ତିଗତ ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସାଥୀ ଅଧୀନରେ ଚାଲିଥିବା ପ୍ରଗତି ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ସୁଯୋଗ, ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ସଠିକ୍ ନିଷ୍ପତ୍ତି ନେବାରେ ସଚେତନ କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande