
ଝାରସୁଗୁଡ଼ା, 31 ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧିନସ୍ଥ ପାଇକପଡ଼ା ଗ୍ରାମରେ ପାଣି ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଙ୍କ ନାମ ସାଗର ପୋଢ(୩୩) l ତାଙ୍କ ନିଜ ଘର ଏହି ପାଇକପଡା ଗ୍ରାମରେ l ସାଗର ଜଣେ ଦିନମଜୁରିଆ ହୋଇଥିବା ବେଳେ ସେ କାମ ସାରି ରବିବାର ଅପରାହ୍ନରେ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଓ କୌଣସି କାରଣ ବଶତଃ ଗଭୀର ପାଣିରେ ବୁଡିଯାଇଥିଲେ l ପରିବାର ଲୋକ କୋଲାବିରା ଥାନା ଓ ଦମକଳ ବାହିନୀକୁ ସୂଚନା ଦେବା ପରେ ରବିବାର ସନ୍ଧ୍ୟାରେ ଦମକଳ ବାହିନୀ ପାଣିରେ ଖୋଜା ଖୋଜି କରିଥିଲେ ମାତ୍ର ସାଗର ଙ୍କ କୌଣସି ସନ୍ଧାନ ପାଇନଥିଲେ l ତେବେ ସୋମବାର ସକାଳୁ କିର୍ମିରା ଦମକଳ ବାହିନୀ ଘଟଣସ୍ଥଳକୁ ପହଞ୍ଚି ପ୍ରାୟ ତିନି ଘଣ୍ଟା ପରିଶ୍ରମ କରି ପାଣି ଭିତରୁ ସାଗର ଙ୍କ ମୃତ ଦେହ ଉଦ୍ଧାର କରିଥିଲେ l ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବର ପୋଷ୍ଟମର୍ଟମ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ସୋମବାର ଅପରାହ୍ନ ରେ ଗାଁ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l ଘରେ ମୃତ ସାଗର ଙ୍କ ସ୍ତ୍ରୀ ଓ ଏକ ମାତ୍ର ୭ ବର୍ଷର ପୁଅ ଅଛନ୍ତି l ମୃତକ ଙ୍କ ପରିବାର ସମ୍ପୂର୍ଣ୍ଣ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ହୋଇଛି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ