ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରତିବାଦ ଯାତ୍ରା
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ବିରୋଧି ଦଳ ନେତା ରାହୁଗାନ୍ଧୀଙ୍କ ବିରୁଦ୍ଧରେ ବିଜେପି ସରକାରର ମିଛ ଏଫ.ଆଇ.ଆର ରୁଜୁକୁ ନେଇ ସାରା ଦେଶରେ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହୋଇଛି। ସେହି ପରିପେକ୍ଷିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନାଙ୍କ ନେତୃତ୍ୱରେ ଏବଂ ଓପିସିସି ସଭାପତି ଭକ୍ତ ଚରଣ
cong


ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ବିରୋଧି ଦଳ ନେତା ରାହୁଗାନ୍ଧୀଙ୍କ ବିରୁଦ୍ଧରେ ବିଜେପି ସରକାରର ମିଛ ଏଫ.ଆଇ.ଆର ରୁଜୁକୁ ନେଇ ସାରା ଦେଶରେ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହୋଇଛି। ସେହି ପରିପେକ୍ଷିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନାଙ୍କ ନେତୃତ୍ୱରେ ଏବଂ ଓପିସିସି ସଭାପତି ଭକ୍ତ ଚରଣ ଦାସ, ଏଆଇସିସି ଓଡ଼ିଶା ପ୍ରଭାରୀ ଲାଲ୍ଜୀ ଦେଶାଇ, ପୂର୍ବତନମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତରେ ପ୍ରତିବାଦ ଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ରାହୁଲ ଗାନ୍ଧୀଙ୍କ ସ୍ୱାଭିମାନ ସହିତ ଖେଳିଲେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡିବ ଏବଂ କଂଗ୍ରେସ ଶ୍ରୀ ଗାନ୍ଧୀଙ୍କ ସ୍ୱାଭିମାନ ସହିତ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ। ଆଗକୁ ଏହା ମହାଆନ୍ଦୋଳନର ରୂପ ନେବ ବୋଲି ଚେତାବନି ଦେଇଥିଲେ ।

ଆଜିର ଏହି ପ୍ରତିବାଦ ଯାତ୍ରାରେ କଂଗ୍ରେସର ନେତୃବୃନ୍ଦଙ୍କ ସହ ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, କିଶୋର ଜେନା, ଅରବିନ୍ଦ ଦାସ, ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମାନସ ରଞ୍ଜନ ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ଜେନା, ତରୁଣକାନ୍ତ ମିଶ୍ର, ସତ୍ୟବ୍ରତ ନାୟକ ପ୍ରମୁଖ ଯୋଗଦାନ କରି ରାହୁଲ ଗାନ୍ଧୀଙ୍କ ପାଇଁ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande