
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ଓଡ଼ିଶାରେ ବିପର୍ଯ୍ୟୟ ବିପଦର ଆକଳନ, ତଥ୍ୟ ପରିଚାଳନା, ଡିଜିଟାଲ୍ ଭିତିଭୂମି ଏବଂ ତଥ୍ୟଭିତିକ ନିଷ୍ପତି ଗ୍ରହଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓସଡମା) ପକ୍ଷରୁ ୟୁଏନ୍ଡିପି ଏବଂ ସିଭିକ୍ ଡାଟାଲ୍ୟାବ୍ ସହ ଆସନ୍ତା ୨ ସେପ୍ଟେମ୍ବର ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ। ଏହି ଦୁଇ ସହଭାଗିତା ମାଧ୍ୟମରେ ଓଡ଼ିଶାରେ ଅଧିକ ତଥ୍ୟଭିତିକ, ପରସ୍ପର ସମନ୍ୱିତ ଏବଂ ବିପଦ-ସଚେତନ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ପଦକ୍ଷେପ ନିଆଯିବ।
ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ହାଜାର୍ଡ, ରିସ୍କ ଆଣ୍ଡ ଭଲ୍ନେରାବିଲିଟି ଆସେସମେଂଟ (ଏଚ୍ଆରଭିଏ) କରିବ ନିମନ୍ତେ ଓସଡମା ଓ ୟୁଏନ୍ଡିପି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓସଡମା ପାଇଁ ଏକ ରାଜ୍ୟ-ମାଲିକାନାଧୀନ, ଜିଆଇଏସ୍ ସକ୍ଷମ ଏଚ୍ଆରଭିଏ ପ୍ଲାଟଫର୍ମ ବିକଶିତ କରିବା। ଏହା ମାଧ୍ୟମରେ ରାଜ୍ୟରେ ବିଭିନ୍ନ ବିପଦର ତଥ୍ୟଭିତିକ ଆକଳନ କରାଯାଇପାରିବ। ବିପଦ, ଏକ୍ସପୋଜର, ଭଲନରେବିଲିଟି ଏବଂ ସାମଗ୍ରିକ ବିପଦ ଆଶଙ୍କା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବା ସହ ବିଭିନ୍ନ ପ୍ରଶାସନିକ ସ୍ତରରେ ତଥ୍ୟଭିତିକ ଯୋଜନା ଓ ନିଷ୍ପତି ଗ୍ରହଣରେ ଏହା ସହାୟକ ହେବ।
ଏହା ଏକ ଅଣ-ଆର୍ôଥକ ବୁଝାମଣାପତ୍ର। ଓସଡମା ଓ ସିଭିକ୍ ଡାଟାଲ୍ୟାବ୍ (ସିଡିଏଲ୍) ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଦ୍ୱିତୀୟ ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ବିପର୍ଯ୍ୟୟ ବିପଦ ହ୍ରାସ ଡିଆରଆର ପାଇଁ ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକଚର (ଡିପିଆଇ) ର ବିକାଶ ଓ ରୂପରେଖା ପ୍ରସ୍ତୁତ କରିବା। ଏହି ପଦକ୍ଷେପର ଉଦ୍ଦେଶ୍ୟ ଆଉ ଏକ ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ଗଠନ କରିବା ନୁହେଁ; ବରଂ ବିପର୍ଯ୍ୟୟ ସମ୍ପର୍କିତ ତଥ୍ୟ କିପରି ସଂଗୃହୀତ, ପରିଚାଳିତ, ଆଦାନପ୍ରଦାନ, ସମନ୍ୱିତ ଏବଂ ବ୍ୟବହୃତ ହେବ, ସେଥିପାଇଁ ଏକ ସମନ୍ୱିତ ଓ ପରସ୍ପର ସଂଯୋଗକ୍ଷମ ତଥ୍ୟ ପରିବେଶ ସୃଷ୍ଟି କରିବା।
ଏହି ଦୁଇ ପଦକ୍ଷେପର ସମନ୍ୱୟ ଓଡ଼ିଶାରେ ବିପଦ-ସଚେତନ ଶାସନ ବ୍ୟବସ୍ଥା, ଆଗୁଆ ପଦକ୍ଷେପ, ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରଶମନ ଏବଂ ସହନଶୀଳ ବିକାଶ ଯୋଜନା ପାଇଁ ଏକ ଅଧିକ ସୁଦୃଢ଼ ଭିତି ସୃଷ୍ଟି କରିବ।
ୟୁଏନ୍ଡିପି ୧୯୫୧ ମସିହାରୁ ଭାରତରେ ମାନବ ବିକାଶର ପ୍ରାୟ ସମସ୍ତ କ୍ଷେତ୍ର ସହିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଆସୁଛି। ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ସମୁଦାୟଭିତିକ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ୟୁଏନ୍ଡିପିର ଦୀର୍ଘ ଅଭିଜ୍ଞତା ରହିଛି। ଓଡ଼ିଶା ସରକାରଙ୍କ ସହ ମଧ୍ୟ ୟୁଏନ୍ ଡିପିର ଦୀର୍ଘଦିନର ସହଭାଗିତା ରହିଛି।
ଓଡ଼ିଶାରେ ବିପର୍ଯ୍ୟୟ ପ୍ରସ୍ତୁତି, ସହନଶୀଳ ଗୃହ ନିର୍ମାଣ, ଜଳବାୟୁ ସହନଶୀଳତା, ସମୁଦାୟସ୍ତରୀୟ ଦକ୍ଷତା ବିକାଶ ଏବଂ ସ୍ଥାନୀୟସ୍ତରର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସମୁଦାୟର ସହନଶୀଳତା ବୃଦ୍ଧି ଦିଗରେ ୟୁଏନ୍?ଡିପି ସହଯୋଗ କରିଆସିଛି। ଏଥିସହ ବୃହନ୍ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମ୍?ସି) ଅଞ୍ଚଳରେ ମଧ୍ୟ ୟୁଏନ୍ଡିପି ଏଚ୍ଆରଭିଏ ଅଧ୍ୟୟନ କରିଛି। ଏହି ଅଭିଜ୍ଞତା ଓ ବିଶେଷଜ୍ଞତାକୁ ଆଧାର କରି ଓସଡମା- ୟୁଏନ୍ଡିପି ସହଯୋଗରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ଏଚ୍ଆରଭିଏ କାର୍ଯ୍ୟକାରୀ କରିବ।ସିଭିକ୍ ଡାଟାଲ୍ୟାବ୍ ହେଉଛି ଏକ ଗବେଷଣା ପ୍ରତିଷ୍ଠାନ, ଯାହା ତଥ୍ୟ ଓ ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ତଥ୍ୟଭିତିକ ଶାସନ ବ୍ୟବସ୍ଥା ଏବଂ ଜନକଲ୍ୟାଣକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି।
ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ସିଡିଏଲ୍ର ଉଲ୍ଲେଖନୀୟ ଅଭିଜ୍ଞତା ରହିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ସହ ସିଡିଏଲ୍ କାର୍ଯ୍ୟ କରିଛି। ସେଠାରେ ଏହାର ଇେଂଟଲିଜେଂଟ ଡାଟା ସଲ୍ୟୁସନ୍ସ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ୍ ବିପଦ, ଅସୁରକ୍ଷିତତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସମନ୍ୱିତ କରି ତଥ୍ୟଭିତିକ ବିପଦ ପରିଚାଳନା ଯୋଜନା ଓ ନିଷ୍ପତି ଗ୍ରହଣରେ ସହାୟତା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା