
ଜୟପୁର, ୩୧ ଅଗଷ୍ଟ (ହି.ସ.) - ଜୟପୁର ସଦର ବ୍ଲକ ଜୟନ୍ତୀଗିରି ପଂଚାୟତ ଅନ୍ତର୍ଗତ ମାଲଦା ଗାଁ ନିକଟସ୍ଥ ବଡ଼ପଡ଼ା ନଦୀରେ ଏକ ବିରାଟ କୁମ୍ଭୀର ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀ ଓ ଚାଷୀଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳିଯାଇଛି।
ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଲଦା‘ର ଜଣେ ଚାଷୀ ବିଲକୁ କୀଟନାଶକ ସ୍ପ୍ରେ କରିବାକୁ ଯାଉଥିବା ବେଳେ ନଦୀର ଏକ ଉଚ୍ଚ ସ୍ଥାନରେ ପ୍ରାୟ ୧୦ ଫୁଟ ଲମ୍ବର ଏକ କୁମ୍ଭୀର ଶୋଇଥିବା ଦେଖିଥିଲେ। ସେ ନିଜ ମୋବାଇଲ୍ରେ ଏହାର ଫଟୋ ଉଠାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ନଦୀ ପଠାରେ ପହଂଚିବା ବେଳକୁ କୁମ୍ଭୀରଟି ପାଣି ଭିତରକୁ ଚାଲିଯାଇଥିଲା। ବର୍ଷା ଯୋଗୁଁ ନଦୀରେ ପ୍ରବଳ ପାଣି ଥିବାରୁ କୁମ୍ଭୀରଟିକୁ ଆଉ ଠାବ କରାଯାଇ ପାରିନାହିଁ।
ଏବେ ଖରିଫ ଋତୁ ପାଇଁ ଚାଷୀମାନେ ଜମିକୁ ଯାଉଥିବା ବେଳେ ଗୃହପାଳିତ ପଶୁମାନେ ମଧ୍ୟ ନଦୀ ଉପରେ ନିର୍ଭର କରନ୍ତି। କୁମ୍ଭୀର ଆକ୍ରମଣ ଭୟରେ ଲୋକେ ନଦୀକୂଳକୁ ଯିବାକୁ ଡରୁଛନ୍ତି। ତୁରନ୍ତ ବନ ବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣା କୁ ନେଇ ବନ ବିଭାଗ ତରଫରୁ ମିଳିନାହିଁ କୌଣସି ସ୍ପଷ୍ଟି କରଣ ମେଳି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପିକେପି