ଏମ ଭି ୭୯ପୋଲିସ ଦ୍ୱାରା ସାଇବର ଅପରାଧ ଓ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି,୧ ସେପ୍ଟେମ୍ବର (ହି.ସ.) - ଏମ ଭି ୭୯ ଥାନା ପକ୍ଷରୁ ଲଛୀପେଟା ସ୍ଥିତ ଏସ ଏସ ଡି ବିଜ୍ଞାନ କଲେଜ ପରିସରରେ ଆଜି ସାଇବର ଅପରାଧ ଓ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଯି
ଏମ ଭି ୭୯ପୋଲିସ ଦ୍ୱାରା ସାଇବର ଅପରାଧ ଓ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ


ମାଲକାନଗିରି,୧ ସେପ୍ଟେମ୍ବର (ହି.ସ.) - ଏମ ଭି ୭୯ ଥାନା ପକ୍ଷରୁ ଲଛୀପେଟା ସ୍ଥିତ ଏସ ଏସ ଡି ବିଜ୍ଞାନ କଲେଜ ପରିସରରେ ଆଜି ସାଇବର ଅପରାଧ ଓ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଯିବା ସହ ନିଶା ସେବନର କୁପ୍ରଭାବ ଓ ଏହାଠାରୁ ଦୂରେଇ ରହିବା ନେଇ ସଚେତନତା ଦିଆଯାଇଥିଲା।

ଏହି ଅବସରରେ ଥାନା ଅଧିକାରିଣୀ ପୂର୍ଣ୍ଣିମା ଟେଟେ ଏବଂ କଲେଜର ଫିଜିକ୍ସ ଅଧ୍ୟାପକ ବିରାଜ ମଜୁମଦାର ଛାତ୍ରଛାତ୍ରୀଙ୍କୁ ନିଶାର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ସମ୍ପର୍କରେ ଅଭିଭାଷଣ ଦେଇଥିଲେ। ଏସ ଆଇ ଅର୍ଜୁନ ବାଙ୍କା, ଏ ଏସ ଆଇ ବଳରାମ ଚାଲାଣଙ୍କ ସମେତ ଥାନାର ସମସ୍ତ କର୍ମଚାରୀ, କଲେଜର ଅଧକ୍ଷ , ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ନିଶାମୁକ୍ତ ସମାଜ ଗଠନ ପାଇଁ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ପୋଲିସ କର୍ମଚାରୀମାନେ ସମୂହ ଭାବେ ନିଶାମୁକ୍ତି ଶପଥ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande