
ଭୁବନେଶ୍ୱର, 01 ସେପ୍ଟେମ୍ବର (ହି.ସ.)- ଆସନ୍ତା 8 ତାରିଖରେ ୟୁଏଇ ଗସ୍ତ କରିବ ଓଡିଶା ଟିମ଼୍ । ମୁଖ୍ୟମନ୍ତ୍ରୀଙ୍କର ଦୁବାଇରେ 8 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ରହିଛି କାର୍ଯ୍ୟକ୍ରମ । ଏନେଇ ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ ସୂଚନା ଦେଇଛନ୍ତି
। ବିଭିନ୍ନ ନିବେଶକାରୀଙ୍କ ସହିତ ୱାନ ଟୁ ୱାନ ଆଲୋଚନା ହେବ । ଓଡ଼ିଶାରେ ଅଧିକରୁ ଅଧିକ ନିବେଶ
ଆସିବ । ବିଭିନ୍ନ ସେକ୍ଟରର ମୁଖ୍ୟଙ୍କ ସହିତ
ଆଲୋଚନା ହେବ । ଗତ କିଛିଦିନ ତଳେ ଓଡ଼ିଶାକୁ ଏଫଡିଆଇ ନିବେଶ ଆସିଥିଲା । ଆଗକୁ ଆହୁରି ଏଫଡିଆଇ ନିବେଶ ଆସିବ । ଦୁବାଇରେ 4 ଦିନ ବିଭିନ୍ନ
କାର୍ଯ୍ୟକ୍ରମ ରହିଛି । ରୋଡ ଶୋ ରହିଛି ।
ପ୍ରବାସୀ ଓଡିଆ କାର୍ଯ୍ୟକ୍ରମ ବି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା