
ଗଂଜାମ, 14 ସେପ୍ଟେମ୍ବର (ହି.ସ.) ଗଣେଶ ପୂଜା ସୁପରିଚାଳନା ପାଇଁ ବୈଦ୍ୟନାଥପୁର ଓ ବଡ଼ ବଜାର ଥାନା ଅଞ୍ଚଳର ପୂଜା କମିଟି ସହ ବୈଠକ ଅନୁଷ୍ଠିତ ହୋଇଛି। ବୈଦ୍ୟନାଥପୁର ଥାନାରେ ୩୦ଟି କମିଟିର ସଭାପତି, ସମ୍ପାଦକ ଓ ବଡ଼ ବଜାର ଥାନାରେ ୨୦ଟି କମିଟିର କର୍ମକର୍ତା ଯୋଗ ଦେଇଥିଲେ। ବୈଠକରେ ଆଇନ ଶୃଙ୍ଖଳା, ଟ୍ରାଫିକ ପରିଚାଳନା, ଜନ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା, ଲାଉଡସ୍ପିକର ବ୍ୟବହାର, ଶୋଭାଯାତ୍ରା ରୁଟ, ସମୟ ସୀମା ପାଳନ ବିଷୟରେ ଅବଗତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ