
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ପାଟଣେଶ୍ୱରୀ
ମହିଳା ଡିଗ୍ରୀ କଲେଜରେ ଗଣେଶ ପୂଜାରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଆଜି ପବିତ୍ର ଗଣେଶ
ଚତୁର୍ଥୀ ଅବସରରେ ପାଟଣେଶ୍ୱରୀ ମହିଳା ଡିଗ୍ରୀ କଲେଜ,
ପାଟଣାଗଡ଼ ଠାରେ ପ୍ରଭୁ ବିଘ୍ନ ବିନାଶକ ଗଣେଶ ଙ୍କ ପୂଜା କରିବା ସହ
ଆଶୀର୍ବାଦ ଭିକ୍ଷା କରିଥିଲି। ଏହି ଅବସରରେ କଲେଜର ଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ
ସେମାନଙ୍କ ଗହଣରେ କିଛି ଖୁସିର ସମୟ ଅତିବାହିତ କରିଥିଲି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା