ଆଜି ପବିତ୍ର ଗଣେଶ ପୂଜା,ଉତ୍ସବମୁଖର ଗାଁଠୁ ସହର
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ଆଜି ପବିତ୍ର ଗଣେଶ ପୂଜା। ଭାଦ୍ରବ ଶୁକ୍ଲ ଚତୁର୍ଥୀ । ଏହି ଅବସରରେ ଗାଁ ଠୁ ସହର ଚାରିଆଡ ଉତ୍ସବମୁଖର । ବିଘ୍ନ ବିନାଶକ, ବିଦ୍ୟାର ଦେବତା ତଥା ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ସାରା ଦେଶ।
ଆଜି ପବିତ୍ର ଗଣେଶ ପୂଜା,ଉତ୍ସବମୁଖର     ଗାଁଠୁ ସହର


ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ଆଜି ପବିତ୍ର ଗଣେଶ

ପୂଜା। ଭାଦ୍ରବ ଶୁକ୍ଲ ଚତୁର୍ଥୀ । ଏହି ଅବସରରେ ଗାଁ ଠୁ ସହର ଚାରିଆଡ ଉତ୍ସବମୁଖର । ବିଘ୍ନ

ବିନାଶକ,

ବିଦ୍ୟାର ଦେବତା ତଥା ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ପାଇଁ

ଉତ୍ସବମୁଖର ହୋଇଉଠିଛି ସାରା ଦେଶ।

ଓଡ଼ିଶାର ବିଭିନ୍ନ

ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନରେ ଭକ୍ତି ଓ ଶ୍ରଦ୍ଧାର ସହ ଗଣେଶ ପୂଜା ପାଳନ କରାଯାଉଛି। ବିଭିନ୍ନ

ସ୍ଥାନରେ ଆଲୋକମାଳାରେ ସଜେଇ ହୋଇଥିବା ତୋରଣ ଓ ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ

ଗଜାନନ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଗଣେଶଙ୍କ ଆବାହନ କରାଯାଇଛି ।

ଦେଶର ବିଭିନ୍ନ ରାଜ୍ୟରେ

ମଧ୍ୟ ଗଣେଶ ଉତ୍ସବକୁ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଉଛି। ବିଶେଷକରି ମହାରାଷ୍ଟ୍ର ସମେତ

ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande