ମଦ୍ୟ ପାନ କରି ଗାଡ଼ି ଚାଳନା 15 ଗାଡ଼ି ଜବତ, 15ଜଣ ଅଟକ
ଗଂଜାମ, 14 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ଗୋପାଳପୁର ଥାନା ପୋଲିସ ମୋଟର ଯାନ ଆଇନ ଓ ମଦ୍ୟପାନ କରି ଗାଡି ଚଳାଚଳ ଯାଞ୍ଚ କରି ୧୫ଟି ଗାଡି ଜବତ କରିଛି ଓ ୧୫ ଜଣ ଚାଳକଙ୍କୁ ଅଟକ ରଖିଛି। ଜବତ ଗାଡି ମଧ୍ୟରେ ୧୪ଟି ବାଇକ ଓ ୧ଟି କାର ଅଛି। ବେରହମପୁର ପୋଲିସ ଜିଲ୍ଲାର ବେପରୁଆ ଚାଳନା, ନିଶାଗ୍ରସ୍ତ ଚାଳନ
ମଦ୍ୟ ପାନ କରି ଗାଡ଼ି


ଗଂଜାମ, 14 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ଗୋପାଳପୁର ଥାନା ପୋଲିସ ମୋଟର ଯାନ ଆଇନ ଓ ମଦ୍ୟପାନ କରି ଗାଡି ଚଳାଚଳ ଯାଞ୍ଚ କରି ୧୫ଟି ଗାଡି ଜବତ କରିଛି ଓ ୧୫ ଜଣ ଚାଳକଙ୍କୁ ଅଟକ ରଖିଛି। ଜବତ ଗାଡି ମଧ୍ୟରେ ୧୪ଟି ବାଇକ ଓ ୧ଟି କାର ଅଛି। ବେରହମପୁର ପୋଲିସ ଜିଲ୍ଲାର ବେପରୁଆ ଚାଳନା, ନିଶାଗ୍ରସ୍ତ ଚାଳନା ଓ ବିନା କାଗଜପତ୍ରରେ ଗାଡି ଚାଳନା ରୋକିବା ପାଇଁ ଏହି ଅଭିଯାନ କରାଯାଇଛି। ଯାଞ୍ଚ ବେଳେ ଡ୍ରାଇଭିଂ ଲାଇସେନ୍ସ, ଆରସି, ଇନସୁରାନ୍ସ, ହେଲମେଟ, ସିଟବେଲ୍ଟ ଓ ନିଶା ପରୀକ୍ଷା କରାଯାଇଥିଲା। ସନ୍ଦେହ ହେଲେ ବ୍ରେଥ ଆନାଲାଇଜର ବ୍ୟବହାର କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande