
ଗଂଜାମ, 14 ସେପ୍ଟେମ୍ବର (ହି.ସ.) ଗଣେଷ ଚତୁର୍ଥୀ ଉପଲକ୍ଷେ ଆଜି ଵ୍ରହ୍ମପୁର ରଣ୍ଢା ନିକଟସ୍ଥ ପଞ୍ଚମା ସିଦ୍ଧ ବିନାୟକ ପୀଠରେ ପ୍ରଭୂ ଗଣେଷଙ୍କ ପୂଜା ଆରାଧନା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସୋଇଛି। ଗତ ବିଳମ୍ବିତ ରାତ୍ରରେ ଦ୍ଵାର ଫିଟା ମଙ୍ଗଳ ଆରତି ପୂଜା ଅର୍ଚ୍ଚନା ପରେ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଗଜାନନଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି। ଆଜି ସନ୍ଧ୍ୟାଯାଏ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ମନ୍ତ୍ରୀ ଓ ଵିଧାୟକମାନେ ମଧ୍ୟ ବିନାୟକଙ୍କ ଦର୍ଶନ ପାଇଁ ପଞ୍ଚମା ଆସୁଥିବା କାର୍ଯ୍ୟକ୍ରମ ରହିଛି। ରଣ୍ଢା ଠାରୁ ପଞ୍ଚମା ଯାଏ ପୁଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି। ବରିଷ୍ଠ ବ୍ୟକ୍ତି ମାନଙ୍କୁ ରଣ୍ଢା ଠାରୁ ତିନିକିଲୋମିଟର ଦୂର ପଞ୍ଚମା ଯାଏ ମାଗଣାରେ ଅଟୋରେ ଯାତାୟତର ବ୍ୟବସ୍ଥା କରାଯାଇଛି। ମନ୍ଦିର କମିଟି ପକ୍ଷରୁ ଜନସାଧାରଣଙ୍କୁ ଲଡୁ ଓ ଭୋଗପ୍ରସାଦ ମାଗଣାରେ ଵିତରଣ କରାଯିବା ସହ ମାଗଣା ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଓଡ଼ିଶା ଵାହାରୁ ଲକ୍ଷାଧିକ ଭକ୍ତଙ୍କ ସୂଅ ଏହି ପୀଠକୁ ଛୁଟି ଆସିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଠାରେ ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି ୧୨ଏସଆଇ, ୧୦ଜଣ ଏଏସଆଇ ଓ ଵହୁ ଟ୍ରାଫିକ ପୋଲିସ ଓ ହୋମଗାର୍ଡ ମୁତୟନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ