
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ପବିତ୍ର ଗଣେଶ ଚତୁର୍ଥୀର
ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା । ଏହି ଅବସରରେ
ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ବାର୍ତ୍ତା ଜାରି କରି କହିଛନ୍ତି ଯେ,
ପବିତ୍ର ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ବିଘ୍ନହର୍ତ୍ତା
ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କ ଜୀବନରୁ ବିଘ୍ନ-ବାଧା ଦୂର କରନ୍ତୁ ଏବଂ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାର ଆଶୀର୍ବାଦ ପ୍ରଦାନ କରନ୍ତୁ। ଗଣପତି ବପ୍ପା ମୋରିୟା!
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ କହିଛନ୍ତି ଯେ, ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ । ଓଡ଼ିଶାର ପ୍ରଗତିର ପଥ ଆହୁରି ସୁଗମ ହେଉ ଏହା
ହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ
ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଘ୍ନରାଜ ଶ୍ରୀ ଗଣେଶ ଆପଣଙ୍କ ଜୀବନରୁ ସବୁ
ଦୁଃଖ-କଷ୍ଟ ଦୂର କରି ସୁଖ, ଶାନ୍ତି,
ସମୃଦ୍ଧି ଓ ସଫଳତା ପ୍ରଦାନ କରନ୍ତୁ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ପର୍ବ ଗଣେଶ ଚତୁର୍ଥୀ
ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ପ୍ରଭୁ ଶ୍ରୀଗଣେଶଙ୍କ କୃପାରୁ ପ୍ରତ୍ୟେକ ପରିବାରରେ
ଆନନ୍ଦ ଓ ସମୃଦ୍ଧି ଭରିଯାଉ। ଆମ ଓଡ଼ିଶା ନୂଆ ଆଶା,
ନୂଆ ସମ୍ଭାବନା ଓ ବିକାଶର ପଥରେ ନିରନ୍ତର ଆଗେଇ ଚାଲୁ, ପ୍ରଭୁଙ୍କ
ନିକଟରେ ଏହା ହିଁ ମୋର ପ୍ରାର୍ଥନା।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ଓ ଶୁଭକାମନା। ପ୍ରଭୁ ଶ୍ରୀ ଗଣେଶଙ୍କ ଅଶେଷ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ
ପରିପୂର୍ଣ୍ଣ ହେଉ ଏହା କାମନା।
ସମ୍ବଲପୁର ସାଂସଦ
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଗଣେଶ ଚତୁର୍ଥୀ’ର ପବିତ୍ର ପର୍ବ ଅବସରରେ ସମସ୍ତ
ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀଗଣେଶଙ୍କ କୃପାରୁ ସମସ୍ତଙ୍କ
ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି
ଆସୁ—ଏହା ହିଁ ମୋର ପ୍ରାର୍ଥନା। ଗଣପତି ବପ୍ପା ମୋରିୟା!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା