
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ସମସ୍ତ
ଦେଶବାସୀଙ୍କୁ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ
ଅନ୍ୟମାନେ ।
ରାଜ୍ୟପାଳ ଡ.ହରିବାବୁ
କମ୍ଭମପତି ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସମସ୍ତ
ଦେଶବାସୀଙ୍କୁ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ହିନ୍ଦୀ ଭାଷାର ମାଧୁର୍ଯ୍ୟ, ସରଳତା ଓ
ଆତ୍ମୀୟତା ଆମର ସାଂସ୍କୃତିକ ପରିଚୟକୁ ସମୃଦ୍ଧ କରିଥାଏ। ହିନ୍ଦୀ ସାହିତ୍ୟ ଏବଂ ଏହାର ସମୃଦ୍ଧ
ପରମ୍ପରା ଆମର ଭାବନା ଓ ଚିନ୍ତାଧାରାକୁ ପିଢ଼ି ପରେ ପିଢ଼ି ଯୋଡ଼ି ରଖୁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ରାଷ୍ଟ୍ରୀୟ ହିନ୍ଦୀ
ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଭାରତର ଭାଷାଗତ ବିବିଧତା ମଧ୍ୟରେ
ହିନ୍ଦୀ ଏକତା ଓ ସମନ୍ୱୟର ସେତୁ। ଆମ ସମୃଦ୍ଧ ଭାଷା ଓ ସଂସ୍କୃତିର ସମ୍ମାନ ସହ ଜାତୀୟ ଏକତାକୁ
ଆହୁରି ସୁଦୃଢ଼ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ହିନ୍ଦୀ କେବଳ ଯୋଗାଯୋଗର ଭାଷା ନୁହେଁ, ବରଂ
ଭାବନାକୁ ଯୋଡ଼ିବା ଏବଂ ଚିନ୍ତାଧାରାକୁ ଜନଜନଙ୍କ ନିକଟରେ ପହଞ୍ଚାଇବାର ଏକ ସଶକ୍ତ ମାଧ୍ୟମ।
ଏହାର ସରଳତା, ସମୃଦ୍ଧି ଓ ଆତ୍ମୀୟତା ଆମର ବିବିଧତା ମଧ୍ୟରେ ଏକତାକୁ ଆହୁରି ସୁଦୃଢ଼
କରିଥାଏ। ହିନ୍ଦୀ ଦିବସ ଅବସରରେ ହିନ୍ଦୀର ସମୃଦ୍ଧ ପରମ୍ପରା, ସାହିତ୍ୟ ଓ ଐତିହ୍ୟକୁ ସାଦର
ପ୍ରଣାମ।
ସାଂସଦ ଧର୍ମେନ୍ଦ୍ର ପ୍ରଧାନ
କହିଛନ୍ତି ଯେ, ‘ହିନ୍ଦୀ ଦିବସ’ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ହିନ୍ଦୀ
ଆମର ସଂସ୍କୃତି, ସମ୍ବେଦନା ଓ ଭାରତୀୟ
ଅସ୍ମିତାର ଏକ ସଶକ୍ତ ଅଭିବ୍ୟକ୍ତି। ଆସନ୍ତୁ, ହିନ୍ଦୀ ଭାଷାର ସମ୍ମାନ,
ସମ୍ବର୍ଦ୍ଧନ ଓ ପ୍ରସାର ପାଇଁ ସଂକଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା