
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)- ପଦ୍ମପୁର ସ୍ଥିତ
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ଗଣେଶ ପୂଜାରେ ସାମିଲ ହୋଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର
କରି ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପଦ୍ମପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ
ଆୟୋଜିତ ପବିତ୍ର ଗଣେଶ ପୂଜାରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କଲି। ବିଘ୍ନନାଶନଙ୍କ ଅପାର
କୃପାରୁ ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଓ ସଫଳମୟ ହେଉ, ଏହା ହିଁ ମୋର ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା