
ଜିଲ୍ଲାରେ ବଢୁଛି ଚୋରା ମଦ, ଗଞ୍ଜେଇ, ବ୍ରାଉନ ସୁଗାର ବ୍ୟବସାୟ
କେନ୍ଦ୍ରାପଡା , 15 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡା ଜିଲ୍ଲାରେ କୈାଣସି କଳ, କାରଖାନା କିମ୍ବା ଆୟର କୈାଣସି ବାଟ ନଥିବାରୁ ଶିକ୍ଷିତ ବେକାର ଯୁବକମାନେ ପଥ ଭ୍ରଷ୍ଟ ହୋଇ ନିଶା ଆଡକୁ ମୁହାଁଉଛନ୍ତି । ଶିକ୍ଷିତ ହେବାପରେ କୈାଣସି ଆୟର ବାଟ ନଥିବାରୁ ଯୁବପିଢିମାନେ ଅପରାଧ ନିଶାକୁ ବାଛୁଥିବା ଦ୍ୱାରା ସେମାନଙ୍କର ଭବିଷ୍ୟତ ଅନ୍ଧାର ହୋଇପଡୁଛି । ଜିଲ୍ଲାର ୯ଗୋଟି ବ୍ଲକରେ ସ୍କୁଲ, କଲେଜ୍, ଡାକ୍ତରଖାନା ନିକଟରେ ଓ ସମ୍ମୁଖରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ୍ସ ସୁଗାର ଓ ସିରପ୍ ଇତ୍ୟାଦି ବିକ୍ରି ହେଉଥିବାରୁ ଯୁବପିଢିମାନଙ୍କୁ ଏହା ସହଜରେ ଉପଲବ୍ଧ ହେଉଛି । ଫଳରେ ଦିନକୁ ଦିନ ଯୁବପିଢି ନିଶାସକ୍ତ ହୋଇ ଅପରାଧରେ ସାମିଲ୍ ହେଉଛନ୍ତି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପ୍ରାୟ ୯ଟି ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦ, ବ୍ରାଉନ୍ସସୁଗାର ଓ ଗଞ୍ଜେଇ ବ୍ୟବସାୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ସେମାନଙ୍କ ପାଖରୁ ବ୍ୟାପକ ପରିମାଣରେ ଚୋରା ମଦ, ଅଫିମ, ଗଞ୍ଜେଇ ଓ ସିରପ୍ ଜବତ କରାଯାଉଛି । କୋହଳ ଆଇନ୍ ଯୋଗୁ ଏହି ଚୋରା ବ୍ୟବସାୟୀମାନେ ଦୁଇ ରୁ ତିନିଦିନ ମଧ୍ୟରେ ଜାମିନ୍ ପାଇ ପୁନର୍ବାର ସେହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଯାହାଫଳରେ ଚୋରା ବ୍ୟବସାୟୀମାନେ ଜିଲ୍ଲାରେ ବଢୁଛନ୍ତି । ଫଳରେ ନିରୀହ ଶିକ୍ଷିତ ଯୁବକମାନଙ୍କ ସହିତ ଶ୍ରମିକ ଓ ଅନ୍ୟମାନେ ରାସ୍ତାଘାଟରେ ମଦ୍ୟପାନ କରିବା ସହ ନିଶାସ୍ତକ ଅବସ୍ଥାରେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ପଡି ରହୁଛନ୍ତି । ଏହାର ଶିକାର ହେଉଛନ୍ତି । ଚୋରା ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଏ ବିଷୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମାସରେ ୧୫ ରୁ ୨୦ ସ୍ଥାନ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢାଉ କରି ଆମେ ଚୋରା ବ୍ୟବସାୟୀଙ୍କୁ ଗିରଫ କରୁଛୁ । କିନ୍ତୁ କୋହଳ ଆଇନ୍ ଯୋଗୁ ଏମାନେ ଫସି ଯାଉଛନ୍ତି । ଏମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ରବି