
ଗଞ୍ଜାମ ୧୬ ସେପ୍ଟମ୍ବର (ହି.ସ)ପାର୍ବଣ ଋତୁ ପୂର୍ବରୁ ଗୋସାଣୀ ନୂଆଗାଁ ପୋଲିସକୁ ବଡ ସଫଳତା ମିଳିଛି। ଏକ ଗୁପ୍ତ ସୂଚନା ଆଧାରରେ ପୋଲିସ ଚଢାଉ କରି ପିସ୍ତଲ ସହ ୪ ଜଣ ଅପରାଧୀଙ୍କୁ ଗିରଫ କରିଛି। ଗୋସାଣୀନୂଆଗାଁ ଥାନା କେସ ନମ୍ବର ୩୫୪, , ଧାରା ୧୧୧/୨୬ରେ ମାମଲା ରୁଜୁ ହୋଇଛି। ଗତ ରାତିରେ ସମୟରେ ଗୋସାଣୀ ନୂଆଗାଁ ମେନ ରୋଡ଼ରେ କିଛି ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ସହ ଏକତ୍ରିତ ହୋଇ ଅପରାଧ ଯୋଜନା କରୁଥିବା ଖବର ପାଇ ଏସଆଇ ଜି.ଆର ଦାସଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂନ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଚଢାଉ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ