ବିଶ୍ୱ ଓଜୋନ ଦିବସରେ ପରିବେଶ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତା ଦୋହରାଇବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.) - ବିଶ୍ୱ ଓଜୋନ ଦିବସରେ ପରିବେଶ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତା ଦୋହରାଇବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ବିଶ୍ୱ ଓଜୋନ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଜୋନ ସ
ବିଶ୍ୱ ଓଜୋନ ଦିବସରେ ପରିବେଶ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତା     ଦୋହରାଇବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ


ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.) - ବିଶ୍ୱ ଓଜୋନ ଦିବସରେ ପରିବେଶ ସଂରକ୍ଷଣ ପ୍ରତି

ପ୍ରତିବଦ୍ଧତା ଦୋହରାଇବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ

ବିଶ୍ୱ ଓଜୋନ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଜୋନ ସ୍ତରର ସୁରକ୍ଷା ଏବଂ ପରିବେଶର ସନ୍ତୁଳନ ବଜାୟ ରଖିବା ପାଇଁ ସାମୂହିକ ପ୍ରୟାସ କରିବାକୁ

ଆହ୍ୱାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ନିଜ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ବିଶ୍ୱ ଓଜୋନ ଦିବସ

ଓଜୋନ ସ୍ତରର ସୁରକ୍ଷା ଏବଂ ପରିବେଶର ସୁକ୍ଷ୍ମ ସନ୍ତୁଳନକୁ ସଂରକ୍ଷଣ କରିବା ପ୍ରତି ଆମର

ପ୍ରତିବଦ୍ଧତାକୁ ପୁନଃଦୋହରାଇବାର ଏକ ସୁଯୋଗ। ସେ କହିଛନ୍ତି ଯେ, ସ୍ଥାୟୀ ବିକାଶକୁ

ପ୍ରୋତ୍ସାହନ ଦେବା, ପରିବେଶ ସଂରକ୍ଷଣକୁ

ସୁଦୃଢ଼ କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ଓଡ଼ିଶା

ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଆପଣାଇବା ସହ ଏକ ସ୍ୱଚ୍ଛ

ଓ ସବୁଜ ପରିବେଶ ଗଠନରେ ନିଜର ଅବଦାନ ରଖିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, ସାମୂହିକ ପ୍ରୟାସ

ମାଧ୍ୟମରେ ସ୍ୱଚ୍ଛ, ସବୁଜ ଓ ସମୃଦ୍ଧ

ଓଡ଼ିଶାର ଲକ୍ଷ୍ୟକୁ ଆଗେଇ ନିଆଯାଇପାରିବ।

ବିଶ୍ୱ ଓଜୋନ ଦିବସରେ ଓଜୋନକୁ ସୁରକ୍ଷା ଦେବାକୁ ଉପମୁଖ୍ୟମନ୍ତ୍ରୀ

କେଭି ସିଂହଦେଓ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ

କହିଛନ୍ତି ଯେ, ଓଜୋନ ସ୍ତର ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ—ଯାହା ଆଜି ଜୀବନକୁ ସୁରକ୍ଷା ଦେବା

ସହ ଆସନ୍ତାକାଲିକୁ ଅଧିକ ନିରାପଦ କରୁଛି। ସେ କହିଛନ୍ତି ଯେ, ବିଶ୍ୱ ଓଜୋନ ଦିବସରେ ଆସନ୍ତୁ, କେବଳ ସଚେତନତାରେ

ସୀମିତ ନ ରହି ସ୍ଥାୟୀ ଓ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା, କ୍ଷତିକାରକ

ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧକୁ ଦୈନନ୍ଦିନ ଜୀବନର ଅଂଶ କରିବା। ଓଜୋନକୁ

ସୁରକ୍ଷା କରନ୍ତୁ। ଆମ ପୃଥିବୀକୁ ସୁରକ୍ଷା କରନ୍ତୁ। ସୁସ୍ଥ ଓଡ଼ିଶା ଏବଂ ନିରାପଦ ଭବିଷ୍ୟତ

ପାଇଁ ଆଜି ହିଁ ପଦକ୍ଷେପ ନିଅନ୍ତୁ।

ବିଶ୍ୱ ଓଜୋନ ଦିବସ ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ

ମହାଲିଙ୍ଗ ଓଜୋନ ସ୍ତରର ସୁରକ୍ଷା ଏବଂ ପରିବେଶର ସନ୍ତୁଳନ ବଜାୟ ରଖିବା ପାଇଁ ସାମୂହିକ ପ୍ରୟାସ

କରିବାକୁ ଆହ୍ୱାନ ଦେଇଛନ୍ତି।

ସୋସିଆଲ ମିଡିଆରେ ନିଜ ବାର୍ତ୍ତା ଜରିଆରେ ମହାଲିଙ୍ଗ କହିଛନ୍ତି ଯେ, ବିଶ୍ୱ ଓଜୋନ ଦିବସ

ଆମକୁ ଓଜୋନ ସ୍ତରର ସୁରକ୍ଷା ଏବଂ ପରିବେଶର ସୁକ୍ଷ୍ମ ସନ୍ତୁଳନକୁ ସଂରକ୍ଷଣ କରିବା ପ୍ରତି ଆମର

ପ୍ରତିବଦ୍ଧତାକୁ ପୁନଃଦୋହରାଇବାର ସୁଯୋଗ ଦେଇଥାଏ। ସେ କହିଛନ୍ତି ଯେ, ଏକ ସୁସ୍ଥ ଓଜୋନ

ସ୍ତର ସୁସ୍ଥ ପୃଥିବୀ ଏବଂ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତ ପାଇଁ ଅତ୍ୟନ୍ତ ଆବଶ୍ୟକ। ସେ

ଲୋକମାନଙ୍କୁ ସ୍ଥାୟୀ ଓ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ସହ ପୃଥିବୀର ସୁରକ୍ଷା ପାଇଁ

ସାମୂହିକ ଭାବେ ପ୍ରୟାସ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ପରିବେଶ ସୁରକ୍ଷା

କେବଳ ସରକାରଙ୍କ ଦାୟିତ୍ୱ ନୁହେଁ; ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ହିଁ ପୃଥିବୀକୁ

ସୁରକ୍ଷିତ ଓ ସୁସ୍ଥ ରଖାଯାଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande