ଓଡ଼ିଶାରେ ଆଡମ୍ବର ସହକାରେ ପାଳନ ହେବ ସେବା ସଂକଳ୍ପ ଅଭିଯାନ
ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଓଡ଼ିଶାରେ ଆଡମ୍ବର ସହକାରେ ପାଳନ ହେବ ସେବା ସଂକଳ୍ପ ଅଭିଯାନ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ପିଏମ ମୋଦିଙ୍କ ଜନ୍ମଦିନ ଅବସରରେ ଆସନ୍ତାକାଲି ଭୁବନେଶ୍ଵର ମୁକ୍ତେଶ୍ଵର ମନ୍ଦୀରରେ ଦୀପ ଦାନ କରାଯିବ । ସ
ଓଡ଼ିଶାରେ ଆଡମ୍ବର ସହକାରେ ପାଳନ ହେବ ସେବା ସଂକଳ୍ପ ଅଭିଯାନ


ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଓଡ଼ିଶାରେ ଆଡମ୍ବର ସହକାରେ ପାଳନ ହେବ ସେବା ସଂକଳ୍ପ ଅଭିଯାନ । ଏନେଇ

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।

ପିଏମ ମୋଦିଙ୍କ ଜନ୍ମଦିନ ଅବସରରେ ଆସନ୍ତାକାଲି ଭୁବନେଶ୍ଵର ମୁକ୍ତେଶ୍ଵର ମନ୍ଦୀରରେ ଦୀପ ଦାନ

କରାଯିବ । ସନ୍ଧ୍ୟା ସମୟରେ କାର୍ଯ୍ୟକ୍ରମର ସାମିଲ ହେବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଦେଶର

ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ କାର୍ଯ୍ୟକୁ

ସମ୍ମାନ ଦେବା ପାଇଁ ଘରେ ଘରେ

ସନ୍ଧ୍ୟା ୬ ରୁ ୭ ଭିତରେ

ଦୀପ ପ୍ରଜ୍ବଳନ କରାଯିବ ।

ପ୍ରଭାତି ପରିଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦେଶ ସେବା

ଲୋକଙ୍କ ମନରେ ନୂଆ ଆଶା, ଆଲୋକ ଦେଇଛି । ଏହି

ଅବସରରେ ତାଙ୍କ ଦୀର୍ଘାୟୁ ଜୀବନ କାମନା ପାଇଁ ସମସ୍ତେ ଦୀପ ପ୍ରଜ୍ଜ୍ଵଳନ କରିବେ । ବିକଶିତ ଓଡିଶା, ବିକଶିତ ଭାରତ

ଗଠନରେ ସହାୟକ ହେବ ବୋଲି ପ୍ରଭାତି ପରିଡା

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande