ବିଶ୍ୱ ଓଜୋନ ଦିବସରେ ଓଜୋନକୁ ସୁରକ୍ଷା ଦେବାକୁ କେଭି ସିଂହଦେଓ
ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ବିଶ୍ୱ ଓଜୋନ ଦିବସରେ ଓଜୋନକୁ ସୁରକ୍ଷା ଦେବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଜୋନ ସ୍ତର ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ—ଯାହା ଆଜି ଜୀବନ
ବିଶ୍ୱ ଓଜୋନ ଦିବସରେ ଓଜୋନକୁ ସୁରକ୍ଷା ଦେବାକୁ କେଭି ସିଂହଦେଓ


ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ବିଶ୍ୱ ଓଜୋନ ଦିବସରେ ଓଜୋନକୁ ସୁରକ୍ଷା ଦେବାକୁ

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଆହ୍ୱାନ ଦେଇଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି

ଯେ, ଓଜୋନ ସ୍ତର ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ—ଯାହା ଆଜି ଜୀବନକୁ ସୁରକ୍ଷା ଦେବା ସହ

ଆସନ୍ତାକାଲିକୁ ଅଧିକ ନିରାପଦ କରୁଛି।

ସେ କହିଛନ୍ତି ଯେ, ବିଶ୍ୱ ଓଜୋନ ଦିବସରେ ଆସନ୍ତୁ, କେବଳ ସଚେତନତାରେ

ସୀମିତ ନ ରହି ସ୍ଥାୟୀ ଓ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା, କ୍ଷତିକାରକ

ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧକୁ ଦୈନନ୍ଦିନ ଜୀବନର ଅଂଶ କରିବା। ଓଜୋନକୁ

ସୁରକ୍ଷା କରନ୍ତୁ। ଆମ ପୃଥିବୀକୁ ସୁରକ୍ଷା କରନ୍ତୁ। ସୁସ୍ଥ ଓଡ଼ିଶା ଏବଂ ନିରାପଦ ଭବିଷ୍ୟତ

ପାଇଁ ଆଜି ହିଁ ପଦକ୍ଷେପ ନିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande