ପାଳିତ ହେଲା ନୂଆଁଖାଇ, ଗ୍ରାମରୁ ସହର ଉତ୍ସବ ମୁଖର ଶୈଳଶ୍ରୀ ପ୍ୟାଲେସ ରେ ରାଜ ପରିବାର ଖାଇଲେ ନୂଆ
ବଲାଙ୍ଗିର, ୧୫ ସେପ୍େଟମ୍ବର (ହି.ସ.) ଆଜି ପଶ୍ଚିମ ଓଡ଼ିଶା ର ମହାନ ଗଣପର୍ବ ନୂଆଁଖାଇ ବଲାଂଗିର ର ରାଜ ପରିବାର ପୂର୍ବତନ ପାଟଣା ରାଜ୍ୟ ର ରାଜ ପରିବାର ର ମହାରାଜ ବର୍ତମାନ ଓଡ଼ିଶା ସରକାର ର ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ କକା ପୁଅ ଭାଇ ବର୍ତମାନ ବଲାଂଗିର ବିଧାୟକ କଳିକେଶ ନାରାୟଣ
ପାଳିତ ହେଲା ନୂଆଁଖାଇ ଗ୍ରାମରୁ ସହର ଉତ୍ସବ ମୁଖର  ଶୈଳଶ୍ରୀ ପ୍ୟାଲେସ ରେ ରାଜ ପରିବାର ଖାଇଲେ ନୂଆଁଖାଇ


ପାଳିତ ହେଲା ନୂଆଁଖାଇ ଗ୍ରାମରୁ ସହର ଉତ୍ସବ ମୁଖର  ଶୈଳଶ୍ରୀ ପ୍ୟାଲେସ ରେ ରାଜ ପରିବାର ଖାଇଲେ ନୂଆଁଖାଇ


ବଲାଙ୍ଗିର, ୧୫ ସେପ୍େଟମ୍ବର (ହି.ସ.) ଆଜି ପଶ୍ଚିମ ଓଡ଼ିଶା ର ମହାନ ଗଣପର୍ବ ନୂଆଁଖାଇ ବଲାଂଗିର ର ରାଜ ପରିବାର ପୂର୍ବତନ ପାଟଣା ରାଜ୍ୟ ର ରାଜ ପରିବାର ର ମହାରାଜ ବର୍ତମାନ ଓଡ଼ିଶା ସରକାର ର ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ କକା ପୁଅ ଭାଇ ବର୍ତମାନ ବଲାଂଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ତାଙ୍କ ପତ୍ନୀ ମେଘନା ସିଂଦେଓ ଏକାଠି ଏଠାରେ ନୂଆଁ ଖାଇଥିଲେ । ପୁର୍ବରୁ ରାଜ ପୁରୋହିତ ସନ୍ତୋଷ ଦାଶ ମାପାଟଣେଶ୍ୱରୀ ,ସମଲେଶ୍ୱରୀ,ଦାସମତି ତଥା ଅନ୍ୟ ଇଷ୍ଟ ଦେବୀ ଦେବତା ମାନଙ୍କ ଠାରେ ନିର୍ଦ୍ଧାରିତ ଲଗ୍ନରେ ନୂଆ ଅର୍ଣ ଅର୍ପଣ କରି ଭୋଗ ଲଗାଇଥିଲେ । ସମସ୍ତେ ଏକା ସାଙ୍ଗରେ ଖାଇଲା ପରେ ନିଜ ନିଜ ବକ୍ତବ୍ୟ ରେ ଗଣମାଧ୍ୟମ କୁ ଅଂଚଳ ର ମା ଙ୍କ ଦୟାରୁ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ପର୍ବ ଚାଷୀ ତଥା ଅଂଚଳର ଲୋକଙ୍କ ନିଜ ମହାନ୍ ପର୍ବ ହୋଇ ଥିବାରୁ ସେମାନେ ନିଜ ପରିବାର ସହିତ ଖୁସି ରେ ରହିବା କୁ ଶୁଭ ମନାସୀ ଛନ୍ତି। ସାଂସଦ ସଙ୍ଗୀତା କୁମାରୀ ଅସୁସ୍ଥତା ଯୋଗୁଁ ଆଜି ଉପସ୍ଥିତ ହୋଇ ପାରି ନଥିଲେ। ପରିବାର ଅନ୍ୟ ସଦସ୍ୟ ମାନେ ଅନ୍ୟ ସ୍ଥାନରେ ନୂଆଁ ଖାଇଥିବା ଖବର ମିଳିଛି।

ବଲାଂଗିର ଜିଲ୍ଳାର ପୁର ପଲ୍ଲୀ ରେ ଏହି ମହାନ୍ ଗଣପର୍ବ ସମସ୍ତ ଦେବାଦେବୀ, ମାଟି ମା କୁ ପୂଜା କରି ସମସ୍ତେ ନୂତନ ଅନ୍ନ ପାରିବାର ମୁଖିଆ ଠାରୁ ଗ୍ରହଣ କରି ଏକ ସଙ୍ଗରେ ଖିଆପିଆ କରି ବଡ୍ ମାନଙ୍କୁ ଜୁହାର ଭେଟ ହୋଇ ନିଜର ଇଷ୍ଟ ଦେବୀ ତଥା ଗ୍ରାମ ତଥା ବନ୍ଧୁ ବାନ୍ଧବ ଙ୍କ ଆଶିଷ ପାଇଥାନ୍ତି ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande