
ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମଙ୍ଗଳବାର ଇଞ୍ଜିନିୟର୍ସ ଦିବସ ଅବସରରେ ଭାରତ ରତ୍ନ ସାର୍ ଏମ୍. ବିଶ୍ୱେଶ୍ୱରୈୟାଙ୍କୁ
ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଦୂରଦର୍ଶୀ ଅବଦାନକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ, ଇଞ୍ଜିନିୟରିଂ ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ
ବିଶ୍ୱେଶ୍ୱରୈୟାଙ୍କ ଅବଦାନ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି।
ମୁଖ୍ୟମନ୍ତ୍ରୀ ମାଝୀ ସୋସିଆଲ
ମିଡିଆରେ ନିଜ ବାର୍ତ୍ତା ମାଧ୍ୟମରେ ସମସ୍ତ ଇଞ୍ଜିନିୟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ
କହିଛନ୍ତି ଯେ, ଇଞ୍ଜିନିୟରମାନଙ୍କ
ଜ୍ଞାନ,
ନବସୃଜନ ଓ ନିଷ୍ଠା ଓଡ଼ିଶା ତଥା ଭାରତକୁ ଅଧିକ ସୁଦୃଢ଼, ସମୃଦ୍ଧ ଓ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି।
ଇଞ୍ଜିନିୟରିଂ କ୍ଷେତ୍ର ସହ
ଜଡ଼ିତ ସମସ୍ତଙ୍କ ଅବଦାନକୁ ସେ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା
କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା