
ଗଞ୍ଜାମ, ୧୫ ସେପ୍ଟେମ୍ବର (ହି.ସ.)-
ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଆନ୍ତଃ ଜିଲ୍ଲା ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାସ କରି ୧୮ଟି ଚୋରି ବାଇକ ଜବତ କରିଛି । ୨ ଜଣଙ୍କୁ ଗିରଫ ଓ ୨ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେ.ଜେ.ବି.)ରେ ହାଜର କରାଯାଇଛି।
୧୨.୦୯.୨୦୨୬ରେ ମେଣ୍ଟୁ ଛକ, ପୁରୁଣା ବ୍ରହ୍ମପୁରର ୫୭ ବର୍ଷୀୟ ଅଭିଯୋଗକାରୀଙ୍କ ହିରୋ ଏଚଏଫ ଡିଲକ୍ସ ବାଇକ ଧୋବା ବନ୍ଧ ହୁଡା ପାର୍କରୁ ୦୭.୦୯.୨୦୨୬ ଭୋରରେ ଚୋରି ହୋଇଥିଲା। ଏନେଇ ବଡ଼ବଜାର ଥାନା କେସ ନଂ ୬୮୨/୨୦୨୬, ଧାରା ୩୩୧(୪)/୩୦୫(ଏ)/୬୧(୨)/୧୧୧(୨)(ଏ)/୧୧୧(୪)/୧୧୧(୬) ବିଏନଏସରେ ମାମଲା ରୁଜୁ ହୋଇଥିଲା।
ଘଟଣାସ୍ଥଳ ଯାଞ୍ଚ, ସିସିଟିଭି ଓ ଗୁଇନ୍ଦା ସୂଚନା ଆଧାରରେ ସଂଗଠିତ ଗ୍ୟାଙ୍ଗର ପର୍ଦାଫାସ ହୋଇଛି।
ଗିରଫ ଅଭିଯୁକ୍ତହେଲେ ଶଙ୍କର ଦାସ (୨୬), ପିତା ରମେଶ ଦାସ, ବାଇଙ୍ଗଣବାଡି, ସଦର ଥାନା
- ରାହୁଲ ସାହୁ, (୧୯), ପିତା ବିପ୍ର ସାହୁ, ବାଇଙ୍ଗଣବାଡି lମୋଟ ୧୮ଟି ଚୋରି ବାଇକ ଓ ଅପରାଧରେ ବ୍ୟବହୃତ ୨ଟି ଗାଡି ଜବତ ହୋଇଛି।
ରାହୁଲ ନିକଟରୁ ଏକ ହିରୋ ଏଚଏଫ ଡିଲକ୍ସ ମୋଟର ସାଇକେଲ, ୨ଟି ହିରୋ ଗ୍ଲାମର ଓ ହୋଣ୍ଡା ଆକ୍ଟିଭା ୩ଜି ଶଙ୍କର ନିକଟରୁ: ହିରୋ ଏଚଏଫ ଡିଲକ୍ସ, ୨ଟି ଟିଭିଏସ ଏକ୍ସେଲ ୧୦୦ ଓ ୟାମାହା ଏମଟି ଡବ୍ଲୁବି ଜବତ ହୋଇଛି l
ପ୍ରଥମ ନାବାଳକ ନିକଟରୁ: ହିରୋ ଏଚଏଫ ଡିଲକ୍ସ, ଟିଭିଏସ ଏକ୍ସେଲ ସୁପର, ହୋଣ୍ଡା ସାଇନ ଏସପି, ହିରୋ ପାସନ ପ୍ଲସ ଓ ହୋଣ୍ଡା ସାଇନ
ଦ୍ୱିତୀୟ ନାବାଳକ ନିକଟରୁ: ଟିଭିଏସ ଷ୍ଟାର, ବଜାଜ ଏନଏସ ୧୨୫, ବଜାଜ ସିଟି ୧୦୦, ବଜାଜ ପ୍ଲାଟିନା ଓ ହୋଣ୍ଡା ଆକ୍ଟିଭା-ଆଇ
ଅପରାଧରେ ବ୍ୟବହୃତ: ହିରୋ ଗ୍ଲାମର ଓ ଭେସପା ଭିଏକ୍ସଏଲ ସ୍କୁଟର ଜବତ ହୋଇଛି l
ଦୁଇ ପ୍ରାପ୍ତ ବୟସ୍କଙ୍କୁ କୋର୍ଟ ଚାଲାଣ ଓ ଦୁଇ ନାବାଳକଙ୍କୁ ପିତାମାତାଙ୍କ ଉପସ୍ଥିତିରେ କାଉନସେଲିଂ ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ