ଗଣେଶ ପୂଜା ଚାନ୍ଦା ନଦେବାରୁ ମିଠା ଦୋକାନୀଙ୍କୁ ଆକ୍ରମଣ ତିନି ଅଭିଯୁକ୍ତ ଗିରଫ
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ଗଣେଶ ପୂଜା ପାଇଁ ଜୋର୍ ଜବରଦସ୍ତ ଚାନ୍ଦା ମାଗିବା ସହ ଜଣେ ମିଠା ବ୍ୟବସାୟୀ ଏସ୍. ଶ୍ରୀନିବାସ ରାଓଙ୍କୁ ମାରପିଟ୍ କରି ଦୋକାନ ଭଙ୍ଗାରୁଜା କରିବା ଘଟଣା ରେ ଟାଉନ ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁସାରେ ଜୟପୁର ସହରର ମୁଖ୍ୟ ରାସ୍ତାର ଭାସ୍କର ଟକିଜ୍
ଗଣେଶ ପୂଜା ଚାନ୍ଦା ନଦେବାରୁ ମିଠା ଦୋକାନୀଙ୍କୁ ଆକ୍ରମଣ  ତିନି ଅଭିଯୁକ୍ତ ଗିରଫ


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ଗଣେଶ ପୂଜା ପାଇଁ ଜୋର୍ ଜବରଦସ୍ତ ଚାନ୍ଦା ମାଗିବା ସହ ଜଣେ ମିଠା ବ୍ୟବସାୟୀ ଏସ୍. ଶ୍ରୀନିବାସ ରାଓଙ୍କୁ ମାରପିଟ୍ କରି ଦୋକାନ ଭଙ୍ଗାରୁଜା କରିବା ଘଟଣା ରେ ଟାଉନ ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁସାରେ ଜୟପୁର ସହରର ମୁଖ୍ୟ ରାସ୍ତାର ଭାସ୍କର ଟକିଜ୍ ସମ୍ମୁଖରେ ମିଠା ଦୋକାନ କରି ଗୁଜୁରାଣ ମେଂଟାଉଥିବା ଏସ୍. ଶ୍ରୀନିବାସ ରାଓ ସୋମବାର ରାତି ପ୍ରାୟ ସାଢେ ୯ଟାରେ ନିଜ ଦୋକାନରେ ଥିଲେ। ଏହି ସମୟରେ ୨ରୁ ୩ ଜଣ ଯୁବକ ଆସି ତାଙ୍କୁ ଗଣେଶ ପୂଜା ଚାନ୍ଦା ମାଗିଥିଲେ। ଶ୍ରୀ ରାଓ ଚାନ୍ଦା ଟଙ୍କା ପରେ ଦେବା ପାଇଁ କହିବାରୁ ଉକ୍ତ ଯୁବକମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଶ୍ରୀ ରାଓ ଏହାର ପ୍ରତିବାଦ କରି ଗଣ୍ଡଗୋଳ ନକରିବାକୁ କହିବାରୁ ସେମାନଙ୍କ ମଧ୍ୟରୁ ସୁଜିତ କୁମାର ହିଆଲ ନାମକ ଜଣେ ଯୁବକ ତାଙ୍କୁ ନିର୍ଦ୍ଦୟ ଭାବେ ମାରପିଟ୍ କରିଥିଲେ। ସାଥୀରେ ଥିବା ଅନ୍ୟ ଦୁଇଜଣ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ, ଉକ୍ତ ଯୁବକ ଜଣକ ବୃଦ୍ଧ ଶ୍ରୀ ରାଓଙ୍କୁ ଶକ୍ତ ଚାପୁଡ଼ା ମାରିବା ସହ ଦୋକାନର ସାମଗ୍ରୀ ଫିଙ୍ଗି ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣା ସମ୍ପର୍କରେ ପୀଡ଼ିତ ବ୍ୟବସାୟୀ ଶ୍ରୀ ରାଓ ତୁରନ୍ତ ଜୟପୁର ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ଟାଉନ ପୋଲିସ ୩୫୫/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ତିନି ଅଭିଯୁକ୍ତ ନୁଆଁ ସାହି ଚତୁର୍ଥ ଲେନର ସୁଜିତ କୁମାର ହିଆଲ(୨୦), ନୁଆଁ ସାହି ତୃତୀୟ ଲେନର କୁନାଲ ନାୟକ(୨୦), ନୁଆଁ ସାହି ପଂଚମ ଲେନର ସୁରେନ୍ଦ୍ର ବାଗ(୧୯)ଙ୍କୁ ଗିରଫ କରିଥିଲେ। ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande