
ଗଞ୍ଜାମ, ୨୦ ସେପ୍ଟେମ୍ୱର(ହିସ) - ବୀରପଦ୍ମନାଭପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଓ ଖେଳନା ଚୋରି ଘଟଣାରେ ଦିଗପହଣ୍ଡି ପୋଲିସ ୩ ଜଣଙ୍କୁ ଗିରଫ କରିଛି ଓ ୩ ଜଣ ନାବାଳକଙ୍କୁ ଅଟକ ରଖିଛି।
ଦିଗପହଣ୍ଡି ଥାନା କେସ ନଂ ୩୯୬/୨୦୨୬। ଗତ ୧୬.୦୯.୨୦୨୬ ରାତିରେ ଛୁଟି ଓ ଜଗୁଆଳ ନଥିବାର ସୁଯୋଗ ନେଇ ଦୁର୍ବୃତମାନେ ସ୍କୁଲ ଷ୍ଟୋର ରୁମରୁ ୩୦ ବସ୍ତା ଚାଉଳ (ପ୍ରତି ବସ୍ତା ୫୦ କେଜି) ଓ ୧୦ ହଜାର ଟଙ୍କାର ଖେଳନା ଚୋରି କରିନେଇଥିଲେ। ଏ ନେଇ ପ୍ରଧାନ ଶିକ୍ଷକ ଜାତିଆ ମଲ୍ଲିକ ୧୭.୦୯.୨୦୨୬ ରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜେ. ଆକାଶ ପାତ୍ର (୧୯), ସାନଡୁମୁଲା, ଜେ. ବାଲକୃଷ୍ଣ ପାତ୍ର (୨୪), ସାନଡୁମୁଲା ଏବଂ ଶିଲୁ ପ୍ରଧାନ (୨୧), କରାପଡା । ଗୋଟିଏ ଡାଲା ଅଟୋ ଓଡ଼ି୦୭ୱାଇ୫୦୨୫, ୮ ବସ୍ତା ଚାଉଳ (୪୦୦ କେଜି) ଓ ବିଭିନ୍ନ ସ୍କୁଲ ଖେଳନା।
ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ