ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତର ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର : ୨୧ରେ ଅବପାତ, ୨୨ରେ ଗଭୀର ଅବପାତ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)- ଉତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଂଚଳରେ ଥିବା ଉପରିଭାଗର ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ୫ଟା ୩୦ ସମୟରେ ସେହି ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହା ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରି ଆଜି ଅର୍ଥାତ୍ ୨୦ ତାରିଖ ସକାଳ ୮
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତର ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର : ୨୧ରେ ଅବପାତ, ୨୨ରେ ଗଭୀର ଅବପାତ


ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)- ଉତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଂଚଳରେ ଥିବା ଉପରିଭାଗର ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ୫ଟା ୩୦ ସମୟରେ ସେହି ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହା ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରି ଆଜି ଅର୍ଥାତ୍ ୨୦ ତାରିଖ ସକାଳ ୮ଟା ୩୦ ସମୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାକୁ ଲାଗି ରହିଥିବା ଉତର ଆଣ୍ଡାମାନ ସାଗର ଉପରେ ଅବସ୍ଥାନ କରୁଥିଲା । ଏହା ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି ଜାରି ରଖିବାର ଏବଂ କ୍ରମଶଃ ଘନୀଭୂତ ହୋଇ ୨୧ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଅବପାତ ତଥା ୨୨ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଗଭୀର ଅବପାତରେ ପରିଣତ ହେବାର ପ୍ରବଳ ସମ୍ଭାବନା ରହିଛି ।

ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରି ଏହା ଆସନ୍ତା ୨୩ ତାରିଖ ସକାଳ ସୁଦ୍ଧା ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ପହଂଚିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande